www.samajalive.in
Monday, December 15, 2025
26.1 C
Bhubaneswar

ଜାଣନ୍ତୁ, ରତ୍ନ ଧାରଣ କରିବାର କିଛି ନିୟମ

ଦୁନିଆରେ ପ୍ରତ୍ୟେକ ବସ୍ତୁର ଏକ ବିଶେଷ ତତ୍ତ୍ୱ, ରଙ୍ଗ ଓ ମହତ୍ତ୍ୱ ରହିଥାଏ। ଏହା ଭିନ୍ନ ଭିନ୍ନ କେନ୍ଦ୍ର ଦ୍ୱାରା ନିୟନ୍ତ୍ରିତ କରାଯାଇଥାଏ। ସେହି ତତ୍ତ୍ୱ,ରଙ୍ଗରେ ଅସନ୍ତୁଳନ ସୃଷ୍ଟି ହେବା ଦ୍ୱାରା ଜୀବନରେ ଅନେକ ପ୍ରକାର ସମସ୍ୟା ଉପୁଜିଥାଏ।
ଜ୍ୟୋତିଷ ଶାସ୍ତ୍ରରେ ଜୀବନରେ ସୃଷ୍ଟି ହେଉଥିବା କେତେକ ସମସ୍ୟାର ସମାଧାନ ପାଇଁ ରତ୍ନ ଧାରଣ କରିବାକୁ ପରାମର୍ଶ ଦିଆଯାଇଥାଏ। ବିଶେଷ କରି ରତ୍ନ ଧାରଣା କରିବାବେଳେ ଅନେକ ସବୁ ଦିଗ ପ୍ରତି ସଚେତନ ହେବା ଉଚିତ। ରତ୍ନ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ରତ୍ନ ସର୍ବ ପ୍ରଥମେ ଜୀବନ ଚକ୍ର ଓ ପରେ ମନୁଷ୍ୟ ମନରେ ପ୍ରଭାବ ପକାଇଥାଏ। ରତ୍ନ ଧାରଣ କରିବାର ଅନେକ ନିୟମ ରହିଛି। ଏହା ଧାରଣ କରିବା ବେଳେ ଅନେକ ସାବଧାନ ରହିବା ଉଚିତ।ରତ୍ନ ଧାରଣ କରିବାର ନିୟମ:
ରତ୍ନ ଧାରଣ କରିବା ବେଳେ ସର୍ବଦା ରାଶି ଓ ଲଗ୍ନ ଦେଖି ପିନ୍ଧିବା ଉଚିତ।
ଏକା ସହ ଅନେକ ରତ୍ନ ଧାରଣ କରାଯାଇ ପାରିବ। କିନ୍ତୁ ପରସ୍ପର ବିରୋଧୀ ଥିବା ରତ୍ନ ଏକାସହ ଧାରଣ କରନ୍ତୁ ନାହିଁ।
ପରସ୍ପର ବିରୋଧୀ ରତ୍ନ ଧାରଣ କରିବା ଦ୍ୱାରା ମାନସିକ ପୀଡା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।
ରତ୍ନକୁ ସର୍ବଦା ସୁନା, ଚାନ୍ଦି ଓ ତମ୍ବାରେ ଧାରଣ କରିବା ଉଚିତ।ଯେଉଁ ହାତରେ ଆପଣ କାର୍ଯ୍ୟ କରୁଛନ୍ତି ସେହି ହାତରେ ରତ୍ନ ଧାରଣ କରିବା ଉଚିତ।
ରତ୍ନକୁ କେବଳ ଶୁଦ୍ଧ କରି ଧାରଣ କରାଯାଇ ପାରିବ।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ରତ୍ନ ଧାରଣ କରିବା ଉତ୍ତମ ସମୟ ଅଟେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories