www.samajalive.in
Monday, December 15, 2025
26.1 C
Bhubaneswar

ସାରା ଓଡିଶାରେ ବନ୍ଦର ପ୍ରଭାବ

କଟକ: ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇ ଥିବା ଭାରତ ବନ୍ଦର ପ୍ରଭାବ ସମଗ୍ର ରଜ୍ୟରେ ଦେଖିବାକୁ ମିଳିଛି । କଟକ, ଭୁବନେଶ୍ବର, ଜଗତସିଂହପୁର, ନବରଙ୍ଗପୁର, କଳାହାଣ୍ଡି, ସୁନ୍ଦରଗଡ, ଅନୁଗୁଳ, ମୟୂରଭଞ୍ଜ, ପୁରୀ ଓ ଅନ୍ୟାନ୍ୟ ଆଦି ଜିଲାରେ ଭାରତ ବନ୍ଦ ପ୍ରଭାବରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ଏହା ସରକାରୀ ଓ ବେସରକାରୀ ସଂସ୍ଥା ସହ ବ୍ୟାଙ୍କ ମଧ୍ୟ ବନ୍ଦ ରହିଛି ।  ଟ୍ରେନ୍ ଚଳାଚଳ ବଧାପ୍ରାପ୍ତ ହୋଇଥିବା ବେଳେ ୮ଟି ପାସେଞ୍ଜର ଓ ୨ଟି ଏକ୍ସପ୍ରେସ୍ ବାତିଲ ହୋଇଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି । ବନ୍ଦ ପାଳନ ବେଳେ କେତେକ ସ୍ଥାନରେ କଂଗ୍ରେସକର୍ମୀ ହିଂସାକାଣ୍ଡ ଘଟାଇ ଥିବା ସୂଚନା ମିଳିଛି ।

- Advertisement -

ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦେଇଥିବା ଭାରତବନ୍ଦ ଡାକରାର ପ୍ରଭାବ ପାରାଦୀପରେ ଦେଖିବାକୁ ମିଳିଛି । ସ୍ବତଃପ୍ରବୃତ୍ତ ଭାବେ ବିଭିନ୍ନ ବ୍ୟବସାୟ ସଂସ୍ଥା ଓ ଦୋକାନୀ ମାନେ ଏହାକୁ ସମର୍ଥନ ଜଣାଇ ନିଜନିଜର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଛନ୍ତି ।  ତେବେ କଂଗ୍ରେସ ପକ୍ଷରୁ ପିସିସି ସଂପାଦକ ତଥା କଂଗ୍ରେସ ନେତା ବାପି ସାର୍ଖେଲ କଂଗ୍ରେସକର୍ମୀମାନଙ୍କୁ ନେଇ ଦୋଛକି, ପାରାଦୀପଗଡ, ରଙ୍ଗିଆଗଡ ରେଳଷ୍ଟେସନ, ଅଠରବାଙ୍କି, ବଡପଡିଆ, ବ୍ୟାଙ୍କ୍ ଲାଇନ୍, ବନ୍ଦର ପ୍ରଶାସନିକ ଭବନ ଓ ପୌରପରିଷଦ ଭବନ ଭଳି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ରାସ୍ତାରୋକ କରିଛନ୍ତି । ତେବେ କେତେକ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିବାର ଦେଖିବାକୁ ମିଳିଥିଲା। ଅନ୍ୟପଟେ ସିପିଆଇ ନେତା ଅଭୟ ସାହୁ ମଧ୍ୟ ଏହି ବନ୍ଦକୁ ସମର୍ଥନ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ରାସ୍ତାରୋକ କରିଛନ୍ତି । ଫଳରେ ଟ୍ରେନ୍, ବସ୍ ଓ ବିଭିନ୍ନ ଗାଡିମଟର ଚାଲିବା ବନ୍ଦ ହୋଇଯାଇଛି । ତେଣୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ ମଧ୍ୟ ମୋଟାମୋଟି ଭାବେ ପାରାଦୀପରେ ବନ୍ଦର ସଫଳତା ଦେଖିବାକୁ ମିଳିଛି ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦଳ ତରଫରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସମେତ ସାରା ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି । କଂଗ୍ରେସକର୍ମୀମାନେ ଭବାନୀପାଟଣାରେ ଜିଲ୍ଲାପାଳଙ୍କ କାର୍ୟାଳୟ, ବିଭିନ୍ନ ବ୍ୟାଙ୍କ, ସରକାରୀ ଅଫିସ ସମ୍ମୁଖ ଓ ବିଭିନ୍ନ ମୁଖ୍ୟ ରାସ୍ତାରେ ବିକ୍ଷୋଭ କରିବା କରି ଭାରତ ବନ୍ଦକୁ ସଫଳ କରିଛନ୍ତି ।

ଅନୁଗୁଳ ଜିଲାରେ କଂଗ୍ରେସ କର୍ମୀ ମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ହୁଲୁରିସିଂହ ଛକ, ହେମୁସୁର ପଡା ଛକ, ବସ ଷ୍ଟାଣ୍ଡ ପ୍ରଭୃତି ଅଂଚଳରେ ଟାୟାର ଜାଳିଥିଲେ। ସେହିପରି ଏସ ୟୁ ସି ଆଇ ପକ୍ଷରୁ ମଧ୍ୟ ପ୍ଲା କାଡ଼ ଧରି ସହର ରେ ଦୋକାନ ବନ୍ଦ କରିଥିଲେ। ବ୍ୟାଙ୍କ ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି।

ସେହିପରି ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି କଂଗ୍ରେସ ପକ୍ଷରୁ ସଂପୂଣ୍ଣ ବନ୍ଦ ପାଳନ କରାଯାଇଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦ ରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଙ୍ଗିରିପୋଷି ବ୍ଲକରେ ଶାନ୍ତି ଭାବରେ ବନ୍ଦ ପାଳନ କରାଯାଇଛି । କଂଗ୍ରେସରକର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ କରିବା ସହ ବଜାର,ସରକାରୀ ଅଫିସ ସମ୍ପୂପର୍ଣ୍ଣ ବନ୍ଦ ରହିଛି ।

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ବଡ଼ସାହି ବ୍ଲକରେ ସଫଳ ହୋଇଛି । ଦଳର ଜିଲା ଉପସଭାପତି ପ୍ରକାଶ କର ମହାପାତ୍ର ଓ ବ୍ଲକ ସଭାପତି ଗୁଣନିଧି ମହାନ୍ତିଙ୍କ ନେତୃତ୍ବରେ ଦଳୀୟ କର୍ମୀମାନେ ବାଇକ ରାଲିରେ ଆସି ବିକ୍ଷୋଭ ପୂର୍ବକ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଓ ଦୋକାନ ବଜାର ବନ୍ଦ କରିଛନ୍ତି । ଯାନବାହନ ଚଳାଚଳ ସ୍ବତ୍ତପ୍ରବୃତ୍ତ ଭାବେ ବନ୍ଦ ରହିଥିଲା ।  କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତିକୁ କଟୁ ସମାଲୋଚନା କରି ବିଭିନ୍ନ ସ୍ଳୋଗାନ ଦେଇଥିଲେ । ଜନସାଧାରଣଙ୍କ ସମର୍ଥନରେ ବଡ଼ସାହି ସମେତ ମାଣତ୍ରୀ, ପ୍ରତାପପୁର, ଭୀମଦା ଓ ବଦଳିଗାଁ ରେ ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ପାଳିତ ହୋଇଛି । ଦଳର ମନୋରଞ୍ଜନ ବଳା, ଶଶାଙ୍କଶେଖର କର, ହାଡିବନ୍ଧୁ ମହାପାତ୍ର, ପାର୍ଥସାରଥୀ ପଣ୍ଡା, ସୁରେଶ୍ଚନ୍ଦ୍ର ପତି, ବିରଞ୍ଚିନାରାୟଣ ମହାପାତ୍ର, ମାନସ ରଞ୍ଜନ ବେହେରା, ରାଜେଶ ଶତପଥି, ବିଳାସିନୀ ସାହୁ ଓ ଜେଏମ୍ଏମର ଚିନ୍ତାମଣି ଟୁଡୁଙ୍କ ସହିତ ବହୁକର୍ମୀ ଏଥିରେ ସାମିଲ ହୋଇଛନ୍ତି ।

ସେହିପରି ରାଉରକେଲା ପାନପୋଷ ଛକ ନିକଟରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । କଂଗ୍ରେସକର୍ମୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକରେ ମଧ୍ୟ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ବିଭିିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବନ୍ଦ ପାଳନ ସମୟରେ କେତେକ ସ୍ଥାନରେ କଂଗ୍ରେସକର୍ମୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। କଂଗ୍ରେସକର୍ମୀମାନେ କାକଟପୁର ତହସିଲ୍ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଭାଙ୍ଗିବା ସହ ଜଣେ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସେହିପରି ନବରଙ୍ଗପୁରରେ ଜିଲାପାଳଙ୍କ କାର୍ଯ୍ୟାଳୟ ଖୋଲା ଥିବାରୁ ଆନ୍ଦୋଳନକାରୀମାନେ କାର୍ଯ୍ୟାଳୟ ପରିସର​‌ରେ ହୋହାଲ୍ଲା କରିବା ସହ ଫାଟକ ଭାଙ୍ଗିଛନ୍ତି । ବାଲେଶ୍ବର ଜିଲା ରେମୁଣା ବିଡିଓ କାର୍ଯ୍ୟାଳୟରେ କଂଗ୍ରେସକର୍ମୀମାନେ ଧସେଇ ପଶି ଭଙ୍ଗାରୁଜା କରୁଥିବା ଜଣାପଡିଛି ।

ଏହି ପ୍ରସଙ୍ଗରେ ତଦନ୍ତ ପାଇଁ ପିସିସ ସଭାପତି ୩ ଜଣିଆ କମିଟି ଗଠନ କରିଛନ୍ତି । ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କ ନେତୃତ୍ବରେ ଏହି କମିଟି ଗଠନ ହୋଇଛି । ଭଙ୍ଗାରୁଜା ଘଟଣାରେ କଂଗ୍ରେସକର୍ମୀଙ୍କ ସଂପୃକ୍ତ ରହିଛି କି ନାହିଁ, ଏନେଇ କମିଟି ତଦନ୍ତ କରିବ । ହିଂସାକାଣ୍ଡରେ କେହି କଂଗ୍ରେସକର୍ମୀ ସଂପୃକ୍ତ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories