ଗ୍ରହଣ ଯୋଗୁଁ ବୃଦ୍ଧେଶ୍ବରଙ୍କ ନିରାଡ଼ମ୍ବର ବାଲିଯାତ୍ରା
ତିଗିରିଆ : କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଗ୍ରହଣ ପଡ଼ୁଥିବାରୁ ଚଳିତ ବର୍ଷ ହାଟମାଳସ୍ଥିତ ବୃଦ୍ଧେଶ୍ବରଙ୍କ ବାଲିଯାତ୍ରା ଅତ୍ୟନ୍ତ ନିରାଡ଼ମ୍ବର ଭାବେ ପାଳିତ ହୋଇଛି । ବୃଦ୍ଧେଶ୍ବରଙ୍କ ପୀଠରେ ପୂର୍ଣ୍ଣିମା ଦିନ ସମୟରେ ଯେଉଁ ଗହଳି ହେବାକଥା ହୋଇନାହିଁ । ମହାନଦୀ ବାଲି ଶଯ୍ୟାରେ ଥିବା ଏହି ପୀଠରେ ସୋମବାର ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଗ୍ରାମବାସୀ ବିନା ବହୁରୂପୀରେ କେବଳ ନାମ କୀର୍ତ୍ତନ କରି ଶୁଣ୍ଠିପାଳସ୍ଥିତ ଦଧିବାମନଙ୍କୁ ଗ୍ରାମକୁ ନିମନ୍ତ୍ରଣ କରି ଆଣିଥିଲେ। ଏହା ପରେ ହାଟମାଳ ଗ୍ରାମରେ ଥିବା ବୃଦ୍ଧେଶ୍ବର ଏବଂ ରାଧାକୃଷ୍ଣଙ୍କ ସହିତ ଦଧିବାମନଙ୍କର ହରିହର ଭେଟ ଅନୁଷ୍ଠିତ ହୋଇଥିଲା । ରାତି ସାଢ଼େ ୪ଟା ସୁଦ୍ଧା ଦଧିବାମନ ପୁନର୍ବାର ନିଜ ବିଜେ ସ୍ଥଳୀ ଶୁଣ୍ଠିପାଳକୁ ଫେରିଯାଇଥିଲେ। ତେବେ ବିଗତ ବର୍ଷ ପରି ପୂର୍ବବତ୍ ଅତିଥି ଅଭ୍ୟାଗତଙ୍କ ସହିତ ଆଜି ରାତିରେ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଜଣାପଡ଼ିଛି । ଗ୍ରାମ ସଭାପତି ମାୟାଧର ପତି ଏବଂ ସମାଜସେବୀ ବ୍ରଜବନ୍ଧୁ ପଣ୍ଡାଙ୍କ ସମେତ ଅନ୍ୟ ପରିଚାଳନା କର୍ମକର୍ତ୍ତାମାନେ ଯାତ୍ରାକୁ ପରିଚାଳନା କରୁଛନ୍ତି।
Comments are closed.