www.samajalive.in
Sunday, December 7, 2025
26.1 C
Bhubaneswar

କେବଳ ପୁରୀରେ ହେବ ରଥଯାତ୍ରା – ସ୍ୱତନ୍ତ୍ର ରିଲିଫ କମିସନର

ପୁରୀ : ଚଳିତ ବର୍ଷ ମଧ୍ୟ ପୁରୀ ଛଡା ଅନ୍ୟ କେଉଁଠାରେ ହୋଇ ପାରିବ ନାହିଁ ରଥଯାତ୍ରା। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଗତ ବର୍ଷ ଭଳି ଚଳିତ ବର୍ଷ ପୁରୀ ଛଡା ଅନ୍ୟ ସମସ୍ତ ସ୍ଥାନରେ ରଥଯାତ୍ରା ନିଷେଧ। ଗଲା ବର୍ଷ ଭଳି ଏବର୍ଷ ମଧ୍ୟ ସମସ୍ତ କଟକଣାରେ ପାଳନ ହେବ ରଥଯାତ୍ରା। କରୋନାର ୨ୟ ତରଙ୍ଗ ଜାରି ରହିଥିବାରୁ କଟକଣା ଲାଗୁ କରାଯାଇଛି। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ଯିବାକୁ ବାରଣ ରହିଛି। ଯେଉଁ ସେବାୟତମାନେ ରଥଯାତ୍ରାରେ ସାମିଲ ହେବେ ୨ ପାନ ଟିକା ନେବା ସହ ଆରଟିପିସିଆର ନେଗେଟିଭ ରିପୋର୍ଟ ମଧ୍ୟ ବାଧ୍ୟତାମୂଳକ। ରଥଯାତ୍ରା ସମୟରେ କରୋନା କଟକଣା ଓ ସାମାଜିକ ଦୂରତା ମାନିବା ନିତ୍ୟାନ୍ତ ଜରୁରୀ। ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ କର୍ଫ୍ୟୁ ଜାରି ହେବା ସହ ପୁରୀକୁ ବସ୍‍ , ଗାଡି ମୋଟର ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ। ପୁରୀ ରଥଯାତ୍ରାର ସିଧାପ୍ରସାରଣ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ୱ ନେବେ। ରାଜ୍ୟର ଅନ୍ୟ ମନ୍ଦିରରେ କେବଳ ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବ। ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ପଡୁଛି ମହାପ୍ରଭୁଙ୍କ ରଥଯାତ୍ରା।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories