ସୋମବାର ରାଶିଫଳ

0

ମେଷ: ଚଳାଇଥିବା ଅନୁସନ୍ଧାନରେ ସଫଳତା ମିଳିବ। ଭଲ ରୋଜଗାର ହେବ। ବନ୍ଧୁ ସହାୟତା ମିଳିବ। ଉତ୍ତମ ଭୋଜନ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ; ମାତ୍ର ଘାତଚନ୍ଦ୍ର ଯୋଗୁଁ ସାବଧାନ ହେବେ।

ବୃଷ: ପାରିବାରିକ ଜୀବନ ଆନନ୍ଦମୟ ହେବ। କାର୍ଯ୍ୟରେ ବିଶୃଙ୍ଖଳା ଉପୁଜି ପାରେ। ଚିନ୍ତା ଦୂର ହେବ। ଉନ୍ନତି ପଥରେ ଆଗେଇ ଯିବେ; ମାତ୍ର ଖର୍ଚ୍ଚାନ୍ତ ହୋଇପାରନ୍ତି। କାର୍ଯ୍ୟ ପ୍ରାପ୍ତିରେ ବିଳମ୍ବିତ ହୋଇପାରେ।

ମିଥୁନ: ଆୟ ଯଥେଷ୍ଟ ପରିମାଣର ହେବ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ଅର୍ଥ ସଞ୍ଚୟ କରିବାରେ ସଫଳ ହେବେ। ମିଠା କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଆତ୍ମ ପ୍ରଶଂସାରେ ମଜ୍ଜି ରହିପାରନ୍ତି।

କର୍କଟ: କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବନ୍ଧୁ ମିଳନ ଘଟିପାରେ। ବିଭିନ୍ନ ଦିଗରୁ ସହାୟତାର ହାତ ଲମ୍ବି ଆସିବ। ବ୍ୟବସାୟରେ ଅଗ୍ରଗତି ଘଟିବ। ଦାମ୍ପତ୍ୟ ସୁଖ ମିଳିବ।

ସିଂହ: ପାରିବାରିକ ଶାନ୍ତି ମିଳିବ। ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ପରୋପକାରୀ ହେବେ।

କନ୍ୟା: ନୂତନ ନିଯୁକ୍ତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୁଭ ଦୃଷ୍ଟିରୁ କର୍ମକ୍ଷେତ୍ରରେ ସଫଳତା ଲାଭ କରିପାରନ୍ତି।

ତୁଳା: ସୁଖ ସମ୍ମାନ ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। କେତେକ ଗୃହ ଉପକରଣ ଦ୍ରବ୍ୟ କରିପାରନ୍ତି। ବନ୍ଧୁଙ୍କ ସହାୟତା ପାଇ ବିଶେଷ ଉପକୃତ ହେବେ।

ବିଛା: ବନ୍ଧୁ ମେଳରେ ସହମତି ପାଇ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟରେ ଅଧିକ ଲାଭବାନ ହୋଇପାରନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କ ସମର୍ଥନ ଓ ସାହାଯ୍ୟ ମିଳିବ।

ଧନୁ: ଆରମ୍ଭ କରିଥିବା ଯୋଜନା ଫଳବତୀ ହେବ। ପରାମର୍ଶ ନେଇ କାର୍ଯ୍ୟ କରିବେ ଓ ସହକର୍ମୀଙ୍କୁ କାର୍ଯ୍ୟ ସମ୍ପାଦନ ପାଇଁ ପରାମର୍ଶ ଦେବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହନ୍ତୁ।

ମକର: ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଶୁଭଫଳ ମିଳିବ। ସ୍ନେହ-ସହାନୁଭୂତି ପାଇ ଆନନ୍ଦ ଅନୁଭବ କରିବେ। ବିଭିନ୍ନ ଦିଗରୁ ସାହାଯ୍ୟ ପାଇ ଯେତେ ଭଲ କାମ କଲେ ବି ପ୍ରଶଂସା ବଦଳରେ ନିନ୍ଦା ମିଳିପାରେ।

କୁମ୍ଭ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ସୌଭାଗ୍ୟ ଉଦୟ ହୋଇଛି। ଆର୍ଥିକ ଲାଭର ସୂଚନା ମିଳୁଛି। ପ୍ରୀତି ଲାଭ କରିପାରନ୍ତି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଗୁରୁଜନ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆଦର ମିଳିବ। ସହକର୍ମୀଙ୍କୁ ସାହାଯ୍ୟ କରିବେ।

ମୀନ: କର୍ମକ୍ଷେତ୍ରରେ ସଫଳତା ପାଇ ଆନନ୍ଦ ଅନୁଭବ କରିବେ। ଆଳସ୍ୟ ପରାୟଣ ହୋଇପାରନ୍ତି। ବ୍ୟୟ ବୃଦ୍ଧି ଘଟିବା ସହିତ ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ପତ୍ନୀ ବିଳାସୀ ହେବେ। ବନ୍ଧୁ ସହାୟତା ପାଇ ପାରନ୍ତି।

Leave A Reply