ସୋମବାର

0

ମେଷ: ନିର୍ମାଣ କାର୍ଯ୍ୟରେ ମନଦେଇ ପାରନ୍ତି। ଆନନ୍ଦ ଉତ୍ସବ ଲାଗି ରହିବ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ କରଣୀୟ। ସୁଖାଦ୍ୟ ମିଳିବ। ଆନନ୍ଦ ଉପଭୋଗ କରିବେ।

ବୃଷ: ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିପାରନ୍ତି। ମନରେ ଅହଂଭାବ ଆସି ପାରେ। ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ। ମାନସିକ ଶାନ୍ତି ମିଳିବ। ଶୁଭ ଖବର ମିଳିବ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିବେ।

ମିଥୁନ: ବିଚାର ବିମର୍ଶ ପୂର୍ବକ କାର୍ଯ୍ୟ କରିବା ଉଚିତ୍‌। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ପଢ଼ା ପଢ଼ିରେ ସମୟ ଅତିବାହିତ କରିବେ। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ: ସହପାଠୀଙ୍କ ସହ ମତାନ୍ତର ଘଟିପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ। ବୁଦ୍ଧିମାନ୍‌ ହେବେ। ମାନ୍ୟତା ପ୍ରାପ୍ତ ହେବେ।

ସିଂହ: ଭ୍ରାତୃ ବିବାଦର ଆପୋଷ ସମାଧାନ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସରକାରୀ ସ୍ତରରୁ ଲାଭ ମିଳିବ।

କନ୍ୟା: କର୍ମକ୍ଷେତ୍ର ସଫଳମୟ ହେବ। ଆଶାବାଦୀ ହେବେ। ଯାନ ବାହନ ସୁଖ ମିଳି ପାରେ। ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳ ମନା ହୋଇପାରନ୍ତି। କୀର୍ତ୍ତିମାନ ଓ ସହିଷ୍ଣୁ ହେବେ।

ତୁଳା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

ବିଛା: ବ୍ୟବସାୟରେ ଲାଭ-କ୍ଷତି ସମାନ୍ତରାଳ ଦେଇ ଗତି କରିବ। ବହୁଧନର ଅଧିକାରୀ ହେବେ। ସୁଖୀ ହେବେ। ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ଶତ୍ରୁ ଦମନ କରିପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟୟ ଅଧିକ ହେବ। ତେଜୀୟାନ ହେବେ।

ଧନୁ: ଯୋଗାଯୋଗ ଫଳ ଦାୟକ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭ ଖବର ମିଳିବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଦିନଟି ମଧ୍ୟମ ଧରଣର। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ମକର: କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ।

କୁମ୍ଭ: ଭକ୍ତିମାର୍ଗରେ ମନବଳାଇ ପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶାନ୍ତି ମିଳିବ।

ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚଳରେ ସତର୍କ ହେବେ। ପ୍ରିୟଜନଙ୍କ ସାନ୍ନିଧ୍ୟ ମିଳିବ। ଗୁଣବାନ ଓ ନୀତିନିଷ୍ଠ ହେବେ। ବିନୀତ ସ୍ୱଭାବ ଓ ଯୁଦ୍ଧ ପ୍ରିୟ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।

Leave A Reply