ରବିବାର
ମେଷ: ଯାତ୍ରା ଯୋଗ ରହିଛି। ବନ୍ଧୁ ସୁଖ ମିଳିବ। ନୀତିନିଷ୍ଠ ହେବେ। ପାରିବାରିକ ସୁଖ ମିଳିବ। ଶାସ୍ତ୍ରବିତ୍ ହୋଇପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ମନୋଜ୍ଞ ହୋଇପାରନ୍ତି। ରାଜପୂଜା ମିଳିବାର ଶୁଭ ସୂଚନା ମିଳୁଛି।
ବୃଷ: ଗୃହରେ ଅଶାନ୍ତି ଦେଖା ଦେଇପାରେ। ଶତ୍ରୁ ଉପରେ କ୍ରୋଧିତ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। କୀର୍ତ୍ତିମାନ ହୋଇପାରନ୍ତି। ପ୍ର୍ରତ୍ୟେକ କ୍ଷେତ୍ରରେ ଉଚିତ ବୁଝାମଣା ଯୋଗୁଁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
ମିଥୁନ: ବିପଦ ଦୂରେଇ ଯିବ। କୌଣସି ବ୍ୟକ୍ତିଙ୍କ ସହିତ ମନାନ୍ତର ସୃଷ୍ଟି ହୋଇପାରେ। ନିଃସର୍ଗ ସୁଖ ଭୋଗ କରିବେ। ପ୍ରଭୁତ୍ୱ ବିସ୍ତାର କରିପାରନ୍ତି। ଶାସ୍ତ୍ର ବିଚକ୍ଷଣ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି।
କର୍କଟ: ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖୁସି ହୋଇପାରନ୍ତି। ନିଜକୁ କଳହମୁକ୍ତ ରଖିବାକୁ ପଡ଼ିବ। ସୁଖ ସମ୍ଭୋଗ କରିପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। କୃପାଳୁ ସ୍ୱଭାବର ହେବେ। ବକ୍ତା ହେବେ। ଶ୍ରେଷ୍ଠ ପଦ-ପଦବୀ ମିଳିପାରେ।
ସିଂହ: ଅଭିଳାଷ ପୂରଣ ହେବ। ମନୋବଳ ଦୃଢ଼ ରହିବ। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସର୍ବ ସୁଖ ଆଶା କରାଯାଏ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ।
କନ୍ୟା: ସ୍ୱାସ୍ଥ୍ୟ ଚିନ୍ତା ଥାଇବି ପରୀକ୍ଷାରେ କୃତକାର୍ଯ୍ୟ ହେବେ। କାର୍ଯ୍ୟରେ ଆଶିଂକ ସଫଳତା ମିଳିବ। ବନ୍ଧୁଙ୍କ ସାହାଯ୍ୟ ପାଇ ଆନନ୍ଦ ଉପଭୋଗ କରିବେ। କାର୍ଯ୍ୟ ହାସଲ କରିବା ସହିତ ସମ୍ମାନିତ ହେବେ। ଶ୍ରେଷ୍ଠ ସମ୍ମାନ ମିଳିବ। ନିଜ ଉପାର୍ଜିତ ଧନ ଭୋଗ କରିବେ।
ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ସୁଖ ସମୃଦ୍ଧି ଲାଭ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ବାତାବରଣ ଶାନ୍ତ ରହିଛି। କୀର୍ତ୍ତିମାନ ହେବେ। ସୁଖ ଭୋଗ କରିବେ।
ବିଛା: ଆୟ ପରିମାଣ ବୃଦ୍ଧି ଘଟିବ। ବ୍ୟବସାୟରେ ସ୍ଥିତାବସ୍ଥା ରହିବ। ବାଧାବିଘ୍ନକୁ ଏଡ଼ାଇ କାର୍ଯ୍ୟରେ ସଫଳତା ପାଇବେ। ବାକି ପଡ଼ିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଉଦ୍ୟମ ଚଳାଇ ପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରେ ସୂଚନା ମିଳୁଛି।
ଧନୁ: ଅସ୍ଥିରତା ଲାଗି ରହିଲେ ବି କାର୍ଯ୍ୟ ଉଚିତ ମାର୍ଗରେ ପରିଚାଳିତ ହେବ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ବନ୍ଧୁ ଚର୍ଚ୍ଚାରେ ଆତ୍ମ ସନ୍ତୋଷ ମିଳିବ। ସାମାଜିକ ସ୍ତରରେ ପ୍ରଶଂସନୀୟ ହେବେ। ଶତ୍ରୁ ବିଜୟୀ ହେବେ। ଧନ ଲାଭ ହେବ। ଶ୍ରେଷ୍ଠ ପଦବୀ ମିଳିବ।
ମକର: ଅନ୍ୟର ପ୍ରରୋଚନାରେ ପଡ଼ିପାରନ୍ତି। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ସ୍ଥିତି ଅନୁକୂଳ ରହିଛି। ସୁଖ ସମ୍ଭୋଗ କରିପାରନ୍ତି। ବିଳାସ ବ୍ୟସନ ମଧ୍ୟରେ ସମୟ ବିତାଇ ପାରନ୍ତି। ନୂଆ କାର୍ଯ୍ୟ ହାତକୁ ନେବେ। ସନ୍ମାର୍ଗୀ ହୋଇପାରନ୍ତି।
କୁମ୍ଭ: ଧନକ୍ଷୟ ହେଲେ ବି ଈଶ୍ୱର ନିଷ୍ଠା ରହିବ। ବହୁ ଶୁଭଫଳ ଆଶା କରାଯାଏ। ବୁଦ୍ଧିମାନର ପରିଚୟ ସୃଷ୍ଟି କରିବେ। ଶାସ୍ତ୍ରାନୁରକ୍ତି ରହିବ। ଭୋଗପ୍ରିୟ ଓ ଶୌର୍ଯର୍୍ୟଯୁକ୍ତ ହେବେ। ମହତ୍ ଜନ ଭାବେ ପରିଗଣିତ ହେବେ। ଅସାଧ୍ୟ ସାଧନ କରିପାରନ୍ତି।
ମୀନ: ଯାନ ବାହାନ ଚଳାଚଳରେ ସତର୍କ ରହିବେ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଚିନ୍ତା ବୃଦ୍ଧି ହୋଇପାରେ। ଯୁଗ୍ମ ବ୍ୟବସାୟରୁ କିଛିଟା ଲାଭ ମିଳିପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ନ କରିବା ଭଲ। ସତର୍କତାର ଦିନଟିଏ।