ହିତାଧିକାରୀଙ୍କ ଘରେ ପହଞ୍ଚିବ ରାସନ୍‍ ସାମଗ୍ରୀ

0

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ ହିତାଧିକାରୀଙ୍କୁ ରାସନ୍‍ ସାମଗ୍ରୀ ଆଣିବା ପାଇଁ ଲମ୍ବା ଲାଇନ୍‍ରେ ଠିଆ ହେବାକୁ ପଡ଼ିବନି। ସେମାନଙ୍କ ଘରେ ପହଞ୍ଚିବ ରାସନ ସାମଗ୍ରୀ। ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‍ ଆଜି ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀଙ୍କୁ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ଏଥିସହିତ କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ଟିକିନିଖି ଖବର ଦେବା ପାଇଁ କେଜ୍‍ରିୱାଲ୍‍ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ୍‍ ବୈଜାଲ୍‍ ଓ ଆମ ଆଦ୍‍ମୀ ପାର୍ଟି ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

kalyan agarbati
Leave A Reply