BJD Bijuli 480×75 Mob

ବେଙ୍ଗାଲୁରୁରେ ବିଶ୍ଵ ରସଗୋଲା ଦିବସ ପାଳନ

BJD Bijuli 480×75 Mob

ବେଙ୍ଗାଲୁରୁ -ବେଙ୍ଗାଲୁରୁର ଆଗରା ଗୋଲେଇରେ ଥିବା ୫୬ ଭୋଗ ଦୋକାନ ତରଫରୁ ବିଶ୍ଵ ରସଗୋଲା ଦିବସ ପାଳନ କରାଯାଇଛି। ଏହି ଅବସରରେ ପାହାଳ, ଗୁଡ଼ ଏବଂ ଧଳା ଆଦି କିସମର ୨୦୦୦ଟି ରସଗୋଲା ପ୍ରସ୍ତୁତ କରାଯାଇ ଆମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା। ଉପସ୍ଥିତ ଶତାଧିକ ଖାଦ୍ୟପ୍ରେମୀ ଆଗନ୍ତୁକ ଏହି ସ୍ଵାଦିଷ୍ଟ ରସଗୋଲା ଗୁଡ଼ିକୁ ମନଭରି ଆହାର ଓ ଉପଭୋଗ କରିବା ସହିତ, ଏହାର ଉଚ୍ଚ ଗୁଣାତ୍ମକମାନକୁ ଭୂରୀଭୂରୀ ପ୍ରଶଂସା କରିଥିଲେ।

୫୬ ଭୋଗ ତରଫରୁ ବେଙ୍ଗାଲୁରୁ ମହାନଗରରେ ଓଡ଼ିଶାର ପାରମ୍ପାରିକ ଭୋଜନକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ପାଇଁ ଏହିପରି ଉଦ୍ୟମ ଆଗକୁ ଜାରି ରହିବ ବୋଲି ଏହାର ପ୍ରତିଷ୍ଠାତା ହରପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି।

Comments are closed.