ଡିଜିଟାଲ୍ ବ୍ୟାଙ୍କିଂରେ ରାପିପେ ଆଣିବ ସୁପର ଆପ୍
ନୂଆଦିଲ୍ଲୀ: ଫିନଟେକ୍ ଉଦ୍ୟୋଗରେ ଏହାର ସ୍ଥିତିକୁ ଦୃଢ଼ୀଭୂତ କରିବା ସହିତ ରାପିପେ ୧୫ ନିୟୁତ ଡଲାର ପାଣ୍ଠି ସଂଗ୍ରହ କରିଛି ଯାହା ସହାୟତାରେ ଡିଜିଟାଲ୍ ବ୍ୟାଙ୍କିଂ ସୁପର୍ ଆପ୍ର ଶୁଭାରମ୍ଭ କରାଯିବ। ନିବେଶକମାନେ ଏଥିରେ ଏକ ସମଗ୍ର ନୂତନ ରିଟେଲ୍ ନେଟୱର୍କ ପାଇପାରିବେ ଯେଉଁଥିରେ ୬ ନିୟୁତ ବ୍ୟବସାୟୀମାନେ ଏହି ସୁପର ଆପ୍ର ବ୍ୟବହାର କରି ସମଗ୍ର ରିଟେଲ୍ ନେଟୱର୍କର ବ୍ୟବହାର କରିପାରିବେ। ଏଥିରେ ସେମାନେ ବେତନ ଓ କରେଂଟ ଆକାଉଂଟ, ପେମେଂଟ ସମାଧାନ, ରିଟେଲ୍ ଓ ବିଜନେସ୍ ଲୋନ୍, ଏବେ କିଣନ୍ତୁ ପରେ ଦିଅନ୍ତୁ, ବୀମା ଓ ଅନ୍ୟାନ୍ୟ ସୁବିଧା ଗୁଡ଼ିକ ପାଇପାରିବେ।
ପାଣ୍ଠି ସଂଗ୍ରହ ବିଷୟରେ ସୂଚନା ପ୍ରଦାନ କରି ଏହାର ସହପ୍ରତିଷ୍ଠାତା ଓ ଏମଡି ଯୋଗେନ୍ଦ୍ର କଶ୍ୟପ କହିଛନ୍ତି ଯେ ବି୨ବି ବିଭାଗରେ ବିକାଶ ଅତୁଳନୀୟ ରହିଛି। ମାତ୍ର ୩ ବର୍ଷ ମଧ୍ୟରେ ଆସିଷ୍ଟେଡ୍ ପେମେଂଟ କ୍ଷେତ୍ରରେ ରାପିପେ ମାର୍କେଟ୍ ଲିଡର ହୋଇପାରିଛି। ରାପିପେ ସିଇଓ ନିପୁନ୍ ଜୈନ କହିଛନ୍ତି ଯେ ଏହି ମହାମାରୀ ସମୟରେ ଫିଜିଟାଲ୍ ବ୍ୟାଙ୍କିଂ କ୍ଷେତ୍ରରେ ବହୁତ ପରିବର୍ତନ ଦେଖାଦେଇଛି ଓ ଗ୍ରାହକମାନେ ଏହାକୁ ବହୁ ମାତ୍ରାରେ ପସନ୍ଦ କରିଛନ୍ତି।
Comments are closed.