ମହିଳାଙ୍କୁ ବଳାତ୍କାର ଅଭିଯୋଗ : ଅଭିଯୁକ୍ତ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ମହିଷାମୁଣ୍ଡି ଗ୍ରାମର ଜଣେ ୩୫ ବର୍ଷିୟା ଆଦିବାସୀ ମହିଳାଙ୍କୁ ଗତ ୨୮ ତାରିଖ ସନ୍ଧ୍ୟାରେ ବଳାତ୍କାର କରାଯାଇଥିଲା। ମହିଳା ଜଣଙ୍କ ଶୌଚ ପାଇଁ ସ୍ଥାନୀୟ ହୁଡିକୁ ଯାଇଥିବା ସମୟରେ ବଳାତ୍କାର ହୋଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ଅଭିଯୁକ୍ତକୁ ଗୁରୁବାର ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ, ପିଡ଼ୀତା ଶୌଚ ପାଇଁ ଯାଇଥିବା ସ୍ଥାନକୁ ଅଭିଯୁକ୍ତ ପ୍ରଫୁଲ୍ଲ ନାଏକ (୫୫) ମଧ୍ୟ ଶୌଚ ପାଇଁ ଯାଇଥିଲା। ସେହି ସମୟରେ ସେ ମହିଳାଙ୍କୁ ଏକୁଟିଆ ପାଇ ବଳାତ୍କାର କରିଥିଲା । ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଅଳ ଆଜି ଅଭିଯୁକ୍ତ ପ୍ରଫୁଲ୍ଲ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଦୁଷ୍କର୍ମକାରୀ ଓ ପୀଡିତାଙ୍କ ଡାକ୍ତରୀ ମଇନା କରାଯାଇଛି ।

Comments are closed.