ଅନ୍ତର୍ଜାତୀୟ ମହିଳା କ୍ରୀଡାବିତଙ୍କୁ ଜଣେ ଡାକ୍ତର ୨ ବର୍ଷକାଳ ବଳାତ୍କାର କରିଥିବା ଅଭିଯୋଗ

0

କୋହ୍ଲାପୁର:  ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ଖେଳାଳୀଙ୍କୁ ଜଣେ ଡାକ୍ତର ୨ ବର୍ଷ ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ଏହି ମହିଳା ଖେଳାଳୀଙ୍କୁ କର୍ଣ୍ଣାଟକର ଜଣେ ଡାକ୍ତର ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।

ଏହି ଡାକ୍ତର ଜଣଙ୍କ କର୍ଣ୍ଣାଟକର ଗୁଲବର୍ଗାର । ସେ ମହିଳା ଖେଳାଳୀଙ୍କୁ ସୋସିଆଲ ମିଡିଆରେ ଭେଟିଥିଲେ , ବିବାହ କରିବା ପାଇଁ ପ୍ରତିଶୃତି ଦେବା ପରେ ଗୋଆ ଓ ବେଙ୍ଗାଲୁରକୁ ଡାକି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏହାପରେ ସେ ବିବାହର ପ୍ରତିଶୃତିରୁ ଓହରି ଯିବାରୁ ମହିଳା ଜଣଙ୍କ ତାଙ୍କ ନାମରେ ଅଭିଯୋଗ କରିଥିବା କଥା ପୁଲିସ ସୂଚନା ଦେଇଛି ।

ଏବେ ଡାକ୍ତର ଜଣଙ୍କ ଫେରାର ଅଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି ବୋଲି କୋହ୍ଲାପୁର ପୁଲିସ ସୂଚନା ଦେଇଛି । ସୋସିଆଲ ମଡିଆରେ ଅଭିଯୁକ୍ତ ଡାକ୍ତର ମହିଳା ଜଣଙ୍କୁ ହତ୍ୟା ଧମକ ଦେଇଥିବା କଥା ଅଭିଯୋଗ ହୋଇଛି ।

Leave A Reply