www.samajalive.in
Monday, December 15, 2025
15.1 C
Bhubaneswar

ଆସନ୍ତାକାଲି ପରଦାକୁ ଆସିବ ରାଣୀ ମୁଖାର୍ଜୀଙ୍କ ‘ମର୍ଦ୍ଦାନୀ-୨’

ମୁମ୍ବଇ : ଏକ ଲମ୍ବା ସମୟ ବ୍ୟବଧାନ ପରେ ଦମଦାର୍‌ ଚରିତ୍ର ଜରିଆରେ ଆସନ୍ତକାଲି(ଶୁକ୍ରବାର) ପରଦାରେ ନଜର ଆସିବାକୁ ଯାଉଛନ୍ତି ରାଣୀ ମୁଖାର୍ଜୀ। ଆସନ୍ତାକାଲି ତାଙ୍କ ଅଭିନୀତ ସିନେମା ‘ମର୍ଦ୍ଦାନୀ-୨’ ମୁକ୍ତିଲାଭ କରିବ। କିଛି ଦିନ ପୂର୍ବେ ଏହାର ଟ୍ରେଲର ରିଲିଜ ହୋଇଥିଲେ। ଯେଉଁଥରେ ରାଣୀଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବାପରେ ଦର୍ଶକମାନଙ୍କର ଭଲ ପ୍ରତିକ୍ରିୟା ମଧ୍ୟ ଆସିଥିଲା। ସମାଜରେ ବଢ଼ୁଥିବା ବଳାତ୍କାର ସମସ୍ୟାକୁ ନେଇ ‘ମର୍ଦ୍ଦାନୀ-୨’ର କାହାଣୀ ଆଧାରିତ। ରାଣୀ ଏଥିରେ ପୁଲିସ୍ ଅଫିସର୍ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ଦର୍ଶକ ମହଲରେ ତାଙ୍କ ଭୂମିକା ଆଦୃତ ହେବ ବୋଲି ସେ ଆଶା କରିଛନ୍ତି। ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଗୋପୀ ପୁତ୍ରନ ବହନ କରିଛନ୍ତି।
ଏହା ରାଣୀଙ୍କ ଅଭିନୀତ ‘ମର୍ଦ୍ଦାନୀ’ ଚଳଚ୍ଚିତ୍ରର ଦ୍ବିତୀୟ ଭାଗ। ତାଙ୍କ ଅଭିନୀତ ‘ମର୍ଦାନି’ ଚଳଚ୍ଚିତ୍ର ରାଣୀ ଓ ଆଦିତ୍ୟ ଚୋପ୍ରାଙ୍କ ବିବାହ ପରେ ହିଁ ମୁକ୍ତିଲାଭ କରିଥିଲା। ରାଣୀଙ୍କ ଜବରଦସ୍ତ ଅଭିନୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା। ଏହା ପରେ ରାଣୀ ଗର୍ଭବତୀ ହେଲେ ଓ ସିନେଜଗତରୁ କିଛି ସମୟ ପାଇଁ ଦୂରେଇ ଗଲେ। ଝିଅ ଆଦିରାର ଲାଳନପାଳନରେ ଧ୍ୟାନ ଦେବା ସହ ଅନ୍ୟାନ୍ୟ କାମରେ ସ୍ବାମୀଙ୍କୁ ମଧ୍ୟ ସହଯୋଗ କରୁଥିଲେ। ଏସବୁ ଭିତରେ କମ୍-ବ୍ୟାକ୍ ନିମନ୍ତେ ରାଣୀ ପ୍ରସ୍ତୁତି ଆରମ୍ଭ କଲେ। ପ୍ରଯୋଜକ ମହଲ ଚାହୁଁଥିଲେ, ଯଥାଶୀଘ୍ର ‘ମର୍ଦ୍ଦାନୀ-୨’ର କାମ ଆରମ୍ଭ ହେଉ। ଝିଅ ଜନ୍ମ ପରେ ରାଣୀଙ୍କ ଓଜନ ବଢ଼ିଯାଇଥିଲା। ଯଥା ସମୟରେ ଓଜନ କମ୍ କରି ରାଣୀ ‘ମର୍ଦ୍ଦାନୀ-୨’ର ସୁଟିଂ ଆରମ୍ଭ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories