www.samajalive.in
Sunday, December 14, 2025
17.1 C
Bhubaneswar

ବେଆଇନ କ୍ଳିନିକକୁ ସିଲ୍ କଲା ପ୍ରଶାସନ

ଗୋପାଳପୁର :  ରଗେଂଇଲୁଣ୍ଡା ବ୍ଲକ ଅନ୍ତର୍ଗତ କନିଷି ଛକ ସନ୍ନିକଟ ତୁଳୁ ରୋଡ ଠାରେ ଦୀର୍ଘ ବର୍ଷ ଧରି  ବେଆଇନ ଭାବେ ଚାଲୁରହିଥିବା ପଟ୍ଟନାୟକ କ୍ଲିନିକ୍କୁ ବୁଧବାର ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଛି। ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଗେଂଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଜିଲା ମେଡ଼ିକାଲ ଅଫିସର (ଏମ୍ ଏସ୍) ଡ. ରାଜେନ୍ଦ୍ର କୁମାର ସାହୁ କନିଷି ତହସିଲଦାର ଅନୀତା ସାହୁ, ଛତ୍ରପୁର ଔଷଧ ନିରୀକ୍ଷକ ଲଳିତ କୁମାର ସାହୁ ଓ ଗୋଳନ୍ଥରା ପୁଲିସ ପକ୍ଷରୁ ମିଳିତ ଭାବେ ତୁଳୁ ରୋଡରେ ମାନସ ରଞ୍ଜନ ପଟ୍ଟନାୟକଙ୍କ ଦ୍ବାରା ଚାଲୁ ରହିଥିବା ବେଆଇନ ପଟ୍ଟନାୟକ କ୍ଳିନିକ୍ ଉପରେ ଚଢ଼ାଉ କରାଯିବା ସହ କ୍ଳିନିକ୍ କଡ଼ରେ ଥିବା ମେଡିସିନ ଷ୍ଟୋରରେ ମଧ୍ୟ ଚଢ଼ାଉ କରାଯାଇଥିଲା।

କିନ୍ତୁ ଏହି ଚଢାଉ ନେଇ ମାନସ ରଞ୍ଜନ ପୂର୍ବରୁ ଖବର ପାଇ ଯାଇଥିବାରୁ କ୍ଳିନିକକୁ ଆଜି ସକାଳୁ ବନ୍ଦ କରିଦେଇ ଥିବା ବେଳେ ନିଜେ ମଧ୍ୟ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପ୍ରଥମେ ଏହି ଟିମ୍ ମେଡିସିନ ଷ୍ଟୋରରେ ଯାଞ୍ଚ କରିବା ସହ ଷ୍ଟୋର କର୍ମଚାରୀଙ୍କୁ କ୍ଳିନିକ୍ ଖୋଲିବାକୁ କହିଥିଲେ। କିନ୍ତୁ କର୍ମଚାରୀ ମାନେ ସେମାନଙ୍କ ଠାରେ ଚାବି ନଥିବା କହିଥିଲେ।ଏହା ପରେ ଏହି ଟିମ୍  କ୍ଳିନିକ ନିକଟରେ ଥିବା ମାନସଙ୍କ ଘରକୁ ଯାଇ କ୍ଳିନିକ୍ ଚାବି ନେଇ ପଚରା ଉଚୁରା କରିବା ପରେ ମାନସଙ୍କ ବଡ଼ଭାଇ କ୍ଳିନିକ୍ ଚାବି ଆଣି ଖୋଲିଥିଲେ।

- Advertisement -

ଏହି ସମୟରେ କ୍ଳିନିକ୍ ପରିସରରୁ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ତୁଳା, ବେଣ୍ଡଜ କପଡା, ଗ୍ଲୋବ, ଅପରେସନ ବ୍ଲେଡ ସହ କେତେକ ସରକାରୀ ଔଷଧ ଜବତ କରିଥିଲେ। ଏହା ସହ ଉକ୍ତ କ୍ଳିନିକ୍ ପରିସରରେ ତଳ ମହଲାରେ ରୋଗୀ ଚିକିତ୍ସା ନିମନ୍ତେ ତିନୋଟି ଖଟିଆ ରହିଥିବା ବେଳେ ଡ୍ରେସିଂ ରୁମ ରହିବା ସହ ଡ୍ରେସିଂ ରୁମ ଭିତରେ ଗର୍ଭ ପରୀକ୍ଷା କିଟ୍ ମଧ୍ୟ ଜବତ କରାଯାଇଛି। ଏହା ସହ ଉପର ମହଲାରେ ପୁଣି ଏକ ଅପରେସନ ଥିଏଟର ସହ ଗୋଟିଏ ବେଡ଼ ରହିଥିବା ଯାଞ୍ଚ ବେଳେ ଜଣାପଡିଛି। ଉପର ମହଲାରେ ଯାଞ୍ଚ ସମୟରେ ପ୍ରାୟ ୧୭ ବଣ୍ଡଲ ସରକାରୀ ଗଜ କପଡା ଜବତ ହେବା ସହ ତୁଳା ଓ ସରକାରୀ ମେଡିକାଲରେ ବ୍ୟବହୃତ ଅପରେସନ ବ୍ଲେଡ ଜବତ କରାଯାଇଥିବା ଚଢ଼ା ରେ ସାମିଲ ରହିଥିବା ଡିଏମ୍ ଓ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏହା ସହ  କ୍ଲିନିକାଲ୍ ଇଷ୍ଟାବିଲିସମେଣ୍ଟ ଆକ୍ଟର ରେଜିଷ୍ଟ୍ରେସନ କାଗଜ ଦେଖାଇ ନ ପାରିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସିଲ କରାଯାଇଥିବା ତହସିଲଦାର ଅନୀତା ସାହୁ ସୂଚନା ଦେଇଛନ୍ତି।

ଏହି କ୍ଳିନିକରୁ ବେଆଇନ ଭାବେ ସରକାରୀ ଔଷଧ ମିଳିବା ଘଟଣା ନେଇ ଡ୍ରଗ କୋଣ୍ଟ୍ରଲୋର ଲଳିତ କୁମାର ସାହୁଙ୍କ ପକ୍ଷରୁ ବ୍ରହ୍ମପୁର ଏସଡିଜିଏମ କୋର୍ଟରେ ମାମଲା ଦାୟର କରାଯିବ ବୋଲି ସୂଚନା ଦେଇଛନ୍ତି।  ମାନସ ରଞ୍ଜନ ଗତ କିଛିବର୍ଷ ଧରି ଏହି ଅଞ୍ଚଳରେ ଗୋଟିଏ ମେଡିସିନ ଷ୍ଟୋର ଖୋଲି ଔଷଧ ବିକ୍ରି କରିଆସୁଥିଲେ। କିନ୍ତୁ ଏହା ମଧ୍ୟରେ ବେଆଇନ ଭାବେ ଏକ କ୍ଳିନିକ ଖୋଲି ବ୍ରହ୍ମପୁରର କେତେକ ଡାକ୍ତରଙ୍କୁ ଆଣି ରୋଗୀ ଚିକିତ୍ସା ଆରମ୍ଭ କରିଥିଲେ।  ଅଧିକ ରୋଜଗାର କରିବା ଆଶାରେ ମାନସ ରଞ୍ଜନ କ୍ରମଶଃ ନିଜେ ରୋଗୀ ଦେଖିବା ସହ ଔଷଧ ମଧ୍ୟ ରୋଗୀଙ୍କୁ ଦେଇ ଆସୁଥିଲେ। ଗତ କିଛି ମାସ ତଳେ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ଏହି କ୍ଳିନିକରେ ଅବୈଧ ଗର୍ଭପାତ କରାଯାଉଥିବା ଏବଂ ରୋଗୀଙ୍କ ଜୀବନ ସହ ଖେଳାଯାଉଥିବା ନେଇ ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା। ଏଥି ସହ ସମାଜରେ ମଧ୍ୟ ବିସ୍ତୃତ ଭାବରେ ଏ ନେଇ ଖବର ପ୍ରକାଶନ ପରେ ଗଞ୍ଜାମ ଜିଲାପାଳ ଏହି ଘଟଣାକୁ ଗୁରୁତର ସହ ନେବା ସହ ଗତ ଡିସେମ୍ବର ୬ ତାରିଖରେ ଏହି କ୍ଳିନିକ୍ ଯାଞ୍ଚ ନେଇ ଏକ କମିଟି ଗଠନ କରି ବା ସହ ରିପୋର୍ଟ ପ୍ରଦାନ କରିବାକୁ ଆଦେଶ ଦେଇଥିଲେ।

 

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories