www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତ ଗ୍ୟାସ୍‌ ରିଫିଲ୍‌ ସେଣ୍ଟର ରଦ୍ଦ ପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟ ରେ ଜନସ୍ୱାର୍ଥ ମାମଲା

ରେଙ୍ଗାଲି- ରେଙ୍ଗାଲି ବ୍ଳକ୍‌ ର ଜାମବାହାଲ ଏବଂ ଲାରିପାଲି ନିକଟସ୍ଥ ଲାରିପାଲି ଛକ ରେ ଥିବା ସରକାରୀ ଜମି କୁ ଅଧିଗ୍ରହଣ କରି ଭାରତ ଗ୍ୟାସ୍‌ ରିଫିଲ୍‌ ସେଣ୍ଟର କୁ ରଦ୍ଦ କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜାମବାହାଲ ଗ୍ରାମର ମଦନମୋହନ ବାଖଲା ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ କରିଥିବା ଆବେଦନ କୁ ବିଚାର ପାଇଁ ଗ୍ରହଣ କରିଥିବା ର ଜଣାପଡିଛି । ଡବ୍ଳୁ.ପି(ସି) କେସ୍‌ ନଂ ୨୧୬୦୯/୨୦୨୨ ରେ ଅନୁସାରେ ଏହି ମମାଲା କୁ ପେଣ୍ଡିଂ ଷ୍ଟାଟସ୍‌ ରେ ରଖିଥିବାର ପ୍ରକାଶ । ଗ୍ୟାସ୍‌ ରିଫିଲ୍‌ ସେଣ୍ଟର୍‌ ଆଖପାଖ ରେ ଜନବସତି ଥିବା ଏବଂ ଲାରିପାଲି ଛକ ର ଜନବସତି ଥିବା ସହିତ ଏହାଏକ ଜନଗହଲି ସ୍ଥାନ ହୋଇଥିବାରୁ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ, ବିଧାୟକ, ପୂର୍ବତନ ବିଧାୟକ,ଞ୍ଚଳବାସୀ ସମେତ ଦଳମତ ନିର୍ବିଶେଷ ରେ ସମସ୍ତେ ଗ୍ୟାସ୍‌ ରିଫିଲ୍‌ ସେଣ୍ଟର କୁ ବିରୋଧ କରି ଜିଲ୍ଲାପାଳ ଙ୍କ ନିକଟରେ ରିଫିଲ୍‌ ସେଣ୍ଟର୍‌ କୁ ରଦ୍ଦ କରି ଅନ୍ୟତ୍ର ସ୍ଥ।।ନାନ୍ତର କରିବାକୁ ଲିଖିତ ଦାବୀ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳି ନଥିଲା ।

କମ୍ପାନି ଗ୍ୟାସ୍‌ ରିଫିଲ୍‌ ସେଣ୍ଟର୍‌ ପାଇଁ ଅଧିଗୃହୀତ ଜମି ରେ ପୁଲିସ ଉପସ୍ଥିତି ରେ ତାର ବାଡ ଦେଇ ପ୍ରାରମ୍ଭିକ କାମ ଆରମ୍ଭ କରିବାରୁ ଅଞ୍ଚଳବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ । ଫଳ ରେ ପ୍ଳାଣ୍ଟ୍‌ ବିରୋଧ କରୁଥିବା ୨୪ ଜଣ ଙ୍କ ବିରୋଧ ରେ ମାମଲା ରୁଜ୍ଜୁ କରାଯାଇଥିଲା । ସୂଚିତ ଯେ ଜଙ୍ଗଳା ମୌଜା ଖାତା ନଂ୪୪୧ ପ୍ଳଟ ନଂ୧୫୪୯/୫୮୫୨ ରୁ ୭୦ ଡେସମିଲ୍‌ ଏବଂ ୧୫୫୪ ରୁ ୩୦ ଡେସମିଲ୍‌ ମନୋଟ ଓ ଏକର ଜମି ଭାରତ ଗ୍ୟାସ୍‌ କମ୍ପାନୀ ର ରିଫିଲ୍‌ ସେଣ୍ଟର ପାଇଁ ଲିଜ୍‌ ରେ ଦିଅଯାଇଛି । ଜନବସତି ପାଖ ରେ ପ୍ଳାଣ୍ଟ ସ୍ଥାପନ ହେଉଥିବାରୁ କୌଣସି ମୁହୂର୍ତ୍ତ ରେ ଅଘଟଣ ଘଟି ଧନଜୀବନ ହାନି ହେବାର ଆଶଙ୍କା କରି ଆରମ୍ଭ ରୁ ଅଞ୍ଚଳବାସୀ ଗ୍ୟାସ୍‌ ରିଫିଲ୍‌ ସେଣ୍ଟର କୁ ବିରୋଧ କରି ଆସୁଛନ୍ତି । ମାନ୍ୟବର ହାଇକୋର୍ଟ ଜନସ୍ୱଯର୍ଥ ମାମାଲା କୁ ବିଚାର ପାଇଁ ଗ୍ରହଣ କରିଥିବାରୁ ଜିଲ୍ଲାପାଳ ଏଦିଗରେ ବିହିତ ପଦକ୍ଷେପ ନେବାକୁ ଆବେଦନକାରୀ ମଦନମୋହବ ବାଖଲା ଆଜି ରେଙ୍ଗାଲି ଠାରେ ଆୟୋଜିତ କ୍ଳଷ୍ଟର୍‌ ସ୍ତରୀୟ ଜନ ।ଭିଯୋଗ ଶୁଣାଣି ଶିବିର ରେ ଲିଖିତ ନିବେଦନ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories