ରାମନାଗୁଡାରେ ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥିତ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଯୋଗ ଦେଇ ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, ଜିଲ୍ଲା ସଂଯୋକକ ଆଶିଷ କୁମାର ମିଶ୍ର, ଜିପିଇଓ ଗୋପାଳ ଚନ୍ଦ୍ର ମିଶ୍ର, ଓଡ଼ିଶା ଜୀବିକା ମିଶନ ବିପିଏମ ଯସ୍ମୀନ ମୁଟିକାଙ୍କ ସମେତ ୧୨ଟି ପଂଚାୟତର ସରପଞ୍ଚ ସମିତି ସଭ୍ୟ ମଞ୍ଚାସୀନ ଥିଲେ।

prayash

ବ୍ଲକ ଅଧୀନସ୍ତ ବିଭିନ୍ନ ଅଂଚଳରୁ ଆସିଥିବା ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ପରାମର୍ଶ ଶିବିରରେ ନିମନ୍ତ୍ରିତ ଅତିଥି ବେରୋଜଗାରକାରୀଙ୍କୁ ଦୀନ ଦୟାଲ ଉପାଧ୍ୟାୟ କୌଶଲ୍ୟ ଯୋଜନା ପକ୍ଷରୁ ତାଲିମ ଦିଆଯିବା ସହିତ ତାଲିମ ସମୟରେ ଖାଇବା ରହିବା, ଡ୍ରେସକୋଡ଼ ଦିଆଯିବ ତା ସହ ବିଭିନ୍ନ କମ୍ପାନୀ ମାନଙ୍କରେ ନିଯୁକ୍ତିର ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ ଜଣେ ବେରୋଜଗାର ଯୁବକ ଯୁବତୀ ଏହି ଶିବିର ମାଧ୍ୟମରେ ରୋଜଗାରକ୍ଷମ ହୋଇ ପରିବାରର ଭରଣପୋଷଣ କରି ପାରିବ ବୋଲି ଆଲୋକପାତ କରିଥିଲେ। ଉକ୍ତ ଶିବିରରେ ୩ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। ମୋଟ ୧୨୧ ଜଣ ପଞ୍ଜିକରଣ କରିଥିବା ବେଳେ ୪୩ ଜଣ ଯୁବକ ଯୁବତୀଙ୍କୁ ତାଲିମ ନିମନ୍ତେ ଚୟନ କରାଯାଇଛି। ଏହି ନିଯୁକ୍ତି ଭିତ୍ତିକ ଶିବିରକୁ ବିପିଏମ ଯସ୍ମୀନ ମୁଟିକା ପରିଚାଳନା କରିଥିବା ବେଳେ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ ଏବଂ ଓଡ଼ିଶା ଜୀବିକା ମିଶନର ସମସ୍ତ ଏମବିକେ ସହଯୋଗ କରିଥିଲେ।

Comments are closed.