ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ୧୪ ନୁହେଁ ୧୭ ଜଣ ସ୍ତ୍ରୀ, ସେମାନଙ୍କର ମଧ୍ୟରେ ରହିଛନ୍ତି ଡାକ୍ତର, ଚାର୍ଟାଡ ଆକାଉଣ୍ଟାଟ ଏବଂ ଉଚ୍ଚଶିକ୍ଷିତା

ଭୁବନେଶ୍ୱର – ନିଜକୁ ଡାକ୍ତର ତଥା ଭାରତ ସରକାରଙ୍କର ସ୍ୱାସ୍ଥ୍ୟମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଉଥିବା ରମେଶ ସ୍ୱାଇଁଙ୍କର ୧୪ ଜଣ ନୁହନ୍ତି ୧୭ ଜଣ ସ୍ତ୍ରୀ ଥିବା କଥା ପୋଲିସ ସୂଚନା ଦେଇଛି । ଡାକ୍ତର ଭାବେ ପରିଚୟ ଦେଇ ସେ ୧୭ ଜଣଙ୍କୁ ବିବାହ କରିଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି । ସେମାନଙ୍କ ମଧ୍ୟରେ ଡାକ୍ତର, ଚାର୍ଟାଡ ଆକାଉଣ୍ଟାଟ ଏବଂ ଉଚ୍ଚ ଶିକ୍ଷିତା ଥିବା କଥା ସେ କହିଛନ୍ତି । ପୋଲିସ ଏକ ଟିମ୍‌ ଗଠନ କରି ଏହାର ତଦନ୍ତ କରୁଛି । ମହିଳାଙ୍କ ଇଜ୍ଜତସହ ଖେଳିବା, ମିଛ ପରିଚୟ ଦେବା ଏବଂ ଠକିବା ପରି ଦଫା ତାଙ୍କ ନାମରେ ଲଗାଯାଇଛି । ନକଲି ଡାକ୍ତରଙ୍କର ପ୍ରଥମ ସ୍ତ୍ରୀ ଗାଁରେ ଥିବା ବେଳେ ୩ ପୁଅ ଡାକ୍ତର ଏବଂ ବିଦେଶରେ ରହୁଛନ୍ତି । ବିଶେଷ କରି ସ୍ୱାମୀ ପରିତକ୍ତ ମହିଳା ଏବଂ ବିଧବା ମହିଳାଙ୍କୁ ସେ ମାଟ୍ରିମୋନି ସାଇଟ୍‌ମାନଙ୍କର ଲକ୍ଷ୍ୟ କରି ଜାଲରେ ଫସାଉଥିଲା ।

ନକଲି ଡାକ୍ତରଙ୍କ ନାମ ରମେଶ ଚନ୍ଦ୍ର ସ୍ୱାଇଁ । ତାଙ୍କର ରହିଛନ୍ତି ୧୭ ଜଣ ସ୍ତ୍ରୀ । ଓଡ଼ିଶାରେ ୩, ମଧ୍ୟପ୍ରଦେଶରେ ୨, ଝାଡ଼ଖଣ୍ଡରେ ଜଣେ, ଦିଲ୍ଲୀରେ ୩, ପଞ୍ଜାବରେ ୨, ଗୌହାଟୀ ତେଜପୁରରେ ୨, ଉତ୍ତରପ୍ରଦେଶ ଆହ୍ଲାବାଦରେ ଜଣେ ସ୍ତ୍ରୀ । ସେ ଦିଲ୍ଲୀରେ ଜଣେ ଶିକ୍ଷୟତ୍ରୀଙ୍କୁ ୨୦୧୮ ମସିହାରେ ଡାକ୍ତର ପରିଚୟ ଦେଇ ଜନକପୁରାରେ ଥିବା ଆର୍ଯ୍ୟ ସମାଜରେ ବିବାହ କରିଥିଲେ। ପରେ ତାଙ୍କୁ ଆଣି ଭୁବନେଶ୍ୱରେ ରଖିଥିଲେ। ପାଖରେ ରହିବା ପରେ ଶିକ୍ଷୟତ୍ରୀ ଜାଣିଥିଲେ ସେ ଫସିଯାଇଛନ୍ତି । ସେ ବାଧ୍ୟ ହୋଇ ମହିଳା ଥାନାରେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡା କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ପାସ୍‌ କରିବା ପରେ ସେ କେରଳରେ ପାରାମେଡିକାଲ୍‌ ଏବଂ ଫାର୍ମାସୀରେ ପଢିଥିବା କଥା କହିଛନ୍ତି । ପୁଲିସ ଏ କଥାର ବି ଯାଞ୍ଚ କରୁଛି । ୧୯୯୨ରୁ ୨୦୦୨ ମଧ୍ୟରେ ଦୁଇ ଜଣଙ୍କୁ ଏବଂ ୨୦୦୨ରୁ ୨୦୨୦ ମଧ୍ୟରେ ୧୨ ମୋଟ୍‌ ୧୪ ଜଣଙ୍କୁ ବିବାହ କରିଛନ୍ତି ।

prayash

ପୁଲିସ ଏକ ସ୍କାଡ୍‌ ଗଠନ କରି ଏହାର ତଦନ୍ତ କରିଥିଲା । ଆଇପିସି ଦଫା-୪୯୮(ଏ), ୪୧୯, ୪୬୮, ୪୭୧, ୪୯୪ରେ ମାମଲା ରୁଜୁ କରି ସମ୍ପୃକ୍ତ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ଖଣ୍ଡଗିରିରିରେ ଥିବା ଏକ ଭଡା ଘରୁ ଗିରଫ କରିଥିଲା । ନକଲି ଡାକ୍ତରଙ୍କ ନିଶା ଥିଲା ଦେଶର ବିଭିନ୍ନ ସ୍ଥାନ ବୁଲିବା । ସେ ଆସାମରେ ଜଣେ ମହିଳାଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କ ସହ ଅଧିକାଂଶ ସମୟ ରୁହନ୍ତି । ନିଜକୁ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଡେପୁଟି ଡାଇରେଟକ୍ଟର ଜେନେରାଲ୍‌ ଭାବେ ପରିଚୟ ଦିଅନ୍ତି । ବିବାହ ପାଇଁ ଥିବା ବିଭିନ୍ନ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜର ବିଜ୍ଞାପନ ଦେଇଛନ୍ତି । ଏକୁଟିଆ ରହୁଥିବା କର୍ମଜାବୀ ମହିଳାଙ୍କୁ ଜାଲରେ ଫସାଇବା ପାଇଁ ଚେଷ୍ଟା କରନ୍ତି । ୧୯୮୨ରୁ ୨୦୦୨ ଭିତରେ ସେ ୧୭ ଜଣଙ୍କୁ ବିବାହ କରିଛନ୍ତି । ପୁଲିସ ୯ ଜଣଙ୍କର ଯୋଗାଯୋଗ କରିଛି ।

ସେ ବିବାହ କରିବା ସହ ବିଭିନ୍ନ ଉପାୟରେ ଟଙ୍କା ଠକି ନିଅନ୍ତି । ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ୧୦ ଲକ୍ଷ ଏକ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା ନାମରେ ୧୧ ଲକ୍ଷ ଠକି ନେଇଥିଲେ। ବ୍ୟାଙ୍କରେ ଜାଲ ପରିଚୟ ପତ୍ର ଦେଇ ଋଣ ନେଇଛନ୍ତି । ତାଙ୍କର ୧୩ଟି ବ୍ୟାଙ୍କରେ ୧୨୮ଟି ଜଲ୍‌ କ୍ରେଡିଟ୍‌ କାର୍ଡ ରହିଛି । ଅନେକ ବେକାର ଯୁବକ ଯୁବତୀଙ୍କୁ ଚାକିରି କରେଇ ଦେବା ନାଁରେ ସେ କୋଟି କୋଟି ଟଙ୍କା ଠକି ନେଇଥିଲେ । ଆଗରୁ ହାଇଦ୍ରାବାଦ ପୋଲିସ୍‌ ଏକ ଠକେଇ ମାମଲାରେ ତାଙ୍କୁ ଗିରଫ କରିଥିଲା ।

kalyan agarbati

Comments are closed.