ସେବାଶ୍ରମ  ବାର୍ଷିକ ଉତ୍ସବ “ମହକ”

ରାମନାଗୁଡା: ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ କଣ୍ଡାଜାମ ପ୍ରାଥମିକ ସେବାଶ୍ରମ  ବାର୍ଷିକ ଉତ୍ସବ “ମହକ ” ୨୦୨୩-୨୪ ଅତି ଆଡମ୍ବର ସହକାରେ ପାଳିତ ହେଇଯାଇଛି।ଉକ୍ତ ଉତ୍ସବରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବାସୁଦେବ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୂର୍ଯ୍ୟରାଓ କୁମ୍ଭିରିକା, ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ହିମରିକା, ପୂର୍ବତନ ପ୍ରଧାନ ଶିକ୍ଷକ ଅଜିତ କୁମାର ମହାଙ୍କୁଡ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜେ ନାଗାର୍ଜୁନ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରିବା ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

prayash

ବିଦ୍ୟାଳୟର ପ୍ରଧାନ ସେବିକା ଗୌରୀ ତୁଳ ମଞ୍ଚ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ।ଅତିଥି ମାନେ ନିଜ ଅଭିଭାଷଣରେ  ବିଦ୍ୟାଳୟର ବିକାଶ, ଶିକ୍ଷା ବ୍ୟବସ୍ଥା, ନାରୀ ଶିକ୍ଷା, ରାଜ୍ଯ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ଲୋକ ହିତକର କାର୍ଯ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ପାଇଁ ଭୂ ସମ୍ପତ୍ତି ଦାନ ଦେଇ ଥିବା ବୟୋଜ୍ଯେଷ୍ଠ ବ୍ୟକ୍ତି ନୀଳକଣ୍ଠ କୁମ୍ଭିରିକାଙ୍କ ସହ ଅନ୍ୟ ନିମନ୍ତ୍ରିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ମଞ୍ଚରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହାସଲ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏଥିରେ  ସିଆରସିସି ଅଶ୍ୱିନୀ କୁମାର ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଗୁଲୁମୁଣ୍ଡା କ୍ଲଷ୍ଟର ସିଆରସିସି ରମେଶ ମିଶ୍ର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ସେବିକା ଗୌରୀ ତୁଳ, ସହକାରୀ ସେବିକା ଟି.ସୁମିତ୍ରା ଦେବୀ, ଅତିଥି ଶିକ୍ଷକ ଜୋସ୍ନା ରାଣୀ ସାହୁ, ମେଟ୍ରୋନ୍ ନିଶା ମଣ୍ଡାଙ୍ଗି, ସଞ୍ଜୁ କାଡ୍ରାକା, ସୁଜାତା କାଡ୍ରାକା ଓ ବଳାନ୍ତି ନିଶିକା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.