www.samajalive.in
Tuesday, December 9, 2025
15.1 C
Bhubaneswar

ଆଞ୍ଚଳିକ ଦୁଗ୍ଧ ସଂଗଠନ ତରଫରୁ ପ୍ରାଣୀ ଚିକିତ୍ସା ଶିବିର, ଗୋପାଳଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି

ରାମନାଗୁଡା: ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ଭାମିନି ପଞ୍ଚାୟତର ଗୁମୁଡା ଠାରେ କେଏମଏନଆର ଆଞ୍ଚଳିକ ଦୁଗ୍ଧ ସଂଗଠନ (ଓମଫେଡ) ତରଫରୁ ଏକ ପ୍ରାଣୀଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ମୁଖ୍ୟ ଅତିଥି ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଗୁଣୁପୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଇଥିଲା। ଏହି ଶିବିରରେ ୧୦୫ ଗୋଟି ଗାଈ,ବାଛୁରୀ,ବଳଦ ଓ ମଇଁଷି ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଉପଯୁକ୍ତ ଔଷଧ ବଣ୍ଟନ କରାଯାଇଥିଲା।

ଏହି ଶିବିରରେ ସମ୍ମାନିତ ଅତିଥି ଭାବରେ କେଏମଏନଆର ଦୁଗ୍ଧ ସଂଗଠନର ସାଧାରଣ ପରିଚାଳକ ଅଜିତ କୁମାର ଖେସ ଯୋଗ ଦେଇ ପ୍ରାଣୀ ଚିକିତ୍ସା ଶିବିରର ଅଗ୍ରଗତି ଅନୁଧ୍ୟାନ କରି ଉପସ୍ଥିତ ଗୋପାଳକଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ବନ୍ଦୋବସ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

- Advertisement -

ଡା. କୃଷ୍ଣାନନ୍ଦ ବେହେରା,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ରାମନାଗୁଡ଼ା ଓ ଡାକ୍ତର ପାର୍ଥସାରଥୀ ସ୍ୱାଇଁ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ, ରାମନାଗୁଡ଼ା ଉପସ୍ଥିତ ପ୍ରାଣୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।ଉକ୍ତ ଶିବିରରେ ପବିତ୍ର ମୋହନ ଦାସ, ସୁକାନ୍ତ କୁମାର ଲେଙ୍କା, ବୃନ୍ଦାବନ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ ଶିବିରରେ ଗୁମୁଡ଼ା ପ୍ରାଣୀଧନ ନିରୀକ୍ଷକ କରୁଣାକର ଶବର ଓ ଭାମିନୀ ପ୍ରାଣୀଧନ ନିରୀକ୍ଷକ ଅଜିତ କୁମାର ମହାଙ୍କୁଡ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories