ରାମମନ୍ଦିର ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଅଯୋଧ୍ୟାସ୍ଥିତ ବିବାଦୀୟ ରାମମନ୍ଦିରରେ ପୂଜାର୍ଚ୍ଚନା ନେଇ ତାଙ୍କୁ ମୌଳିକ ଅଧିକାର ପ୍ରଦାନ ନିମନ୍ତେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ୍‍ ସ୍ୱାମୀ କରିଥିବା ଏକ ଆବେଦନ ଉପରେ ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‍. ଖାନ୍‍ୱିଲକର ଏବଂ ବିଚାରପତି ଡି. ୱାଇ, ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ସ୍ୱାମୀଙ୍କ ଆବେଦନର ଜରୁରୀ ଶୁଣାଣି ପାଇଁ ପ୍ରଥମେ ତାଲିକାଭୁକ୍ତ କରିଥିଲେ; ମାତ୍ର ଆବେଦନଟିକୁ ପରେ ଉପସ୍ଥାପନ କରିବାକୁ ଖଣ୍ଡପୀଠ ସ୍ୱାମୀଙ୍କୁ କହିଥିଲେ। ୧୫ ଦିନ ପରେ ପୁନଃ ଏହି ମାମଲାକୁ ସୁପ୍ରିମକୋର୍ଟରେ ଶୁଣାଣି ଲାଗି ଉପସ୍ଥାପନ କରିବେ ବୋଲି ସ୍ୱାମୀ କହିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କର ଏହିଭଳି ଏକ ଆବେଦନ ଉପରେ ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିଥିଲେ।

kalyan agarbati
Leave A Reply