www.samajalive.in
Monday, December 15, 2025
27.1 C
Bhubaneswar

ପବିତ୍ର ତିଥିରେ ପବିତ୍ର କାର୍ଯ୍ୟ

ସମାଜ ଲାଇଭ ଡ଼େସ୍କ : ଆଜି ଏକ ପବିତ୍ର ତିଥିରେ ଐତିହାସିକ କାର୍ଯ୍ୟ ସମ୍ପାଦନ ହେବାକୁ ଯାଉଛି । ଆଜି ମାର୍ଗଶିର ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥି । ତିଥି ଅନୁସାରେ ଆଜି ହେଉଛି ପ୍ରଭୁ ରାମଲାଲ୍ଲା ଓ ମାତାସୀତାଙ୍କ ବିବାହ ଉତ୍ସବ । ଏହି ଶୁଭ ମୁହୂର୍ତ୍ତରେ ଆଜି ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାମ ମନ୍ଦିର ଶିଖରରେ ପବିତ୍ର ପତାକା ଉତ୍ତୋଳନ କରିବେ । ଏଥିପାଇଁ ଅନେକ ସାଧୁ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ସାଧୁ, ବିଶିଷ୍ଟ ବ୍ୟକ୍ତି ଏବଂ ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟଙ୍କ ଉପସ୍ଥିତିରେ ମୋଦୀ ରାମ ମନ୍ଦିରରେ ଧାର୍ମିକ ପତାକା ଉତ୍ତୋଳନ କରିବେ ପତାକା । ଏହି ପବିତ୍ର ସମାରୋହ ଯାହାକୁ “ଧ୍ୱଜ ଆରୋହଣ” କୁହାଯାଏ । ଅହମ୍ମଦାବାଦରେ ଏହି ଧ୍ବଜା ତିଆରି ହୋଇଛି ।

- Advertisement -

୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ବଜା ସ୍ଥାପନ ହେବ। ଏହାର ଓଜନ ପ୍ରାୟ ୧୧ କେଜି। ଧ୍ବଜାରେ ରହିଛି ରାମଙ୍କ ପ୍ରତୀକ। ୩ଟି ଲେୟାର ଫେବ୍ରିକରେ ଏହି ଧ୍ବଜା ତିଆରି ହୋଇଛି ଓ ଏହାକୁ ନିର୍ମାଣ ଲାଗି ୨୫ ଦିନ ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିର ଓ ପୁରା ପରିକ୍ରମା ପ୍ରକଳ୍ପକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାମ ମନ୍ଦିର ଟ୍ରଷ୍ଟ ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୬,୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରିଥିବା ସୂଚନା ରହିଛି ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories