www.samajalive.in
Friday, December 5, 2025
23.1 C
Bhubaneswar

ଭାସ୍କେଲ ନଦୀର ଅଣ୍ଟାଏ ପାଣିରେ ଚାଲିଲେ ବିଧାୟକ: ରୋକିଲେ ଛତିଶଗଡ଼କୁ ବାଲି ଚୋରାଚାଲାଣ

ନବରଙ୍ଗପୁର: ଭାସ୍କେଲ ନଦୀରେ ଅଣ୍ଟାଏ ପାଣିରେ ଚାଲି ଛତିଶଗଡ଼ ରାଜ୍ୟକୁ ବାଲି ଚୋରାଚାଲାଣ ରୋକିବାରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସଫଳ ହୋଇଛନ୍ତି। ବିଧାୟକଙ୍କ କାର୍ଯ୍ୟକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ବିଧାୟକ ଗୌରୀଶଙ୍କର ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍ ଉକିଆପାଲି ପଞ୍ଚାୟତରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବରଗାଁରେ ପହଞ୍ଚିଥିଲେ। ଭାସ୍କେଲ ନଦୀରେ ବାଲି ଚୋରାଚାଲାଣ ହେଉଥିବା ବିଧାୟକଙ୍କୁୁ ସେଠିକାର ଲୋକେ ଜଣାଇଥିଲେ। ହଠାତ୍ ସୋମବାର ବିଧାୟକଙ୍କ ସମେତ କୋଷାଗୁମୁଡା ବିଡିଓ ଆଶିଷ ତ୍ରିପାଠୀ, ତହସିଲଦାର ଟୁଲୁ ମୁଦୁଲି ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଜମି ହିଡ଼ରେ ୩ କିମି ଚାଲି ଚାଲି ଯାଇ ଦ୍ଭାସ୍କେଲ ନଦୀ ତୁଠରେ ପହଞ୍ଚିଥିଲେ। ସେହି ତୁଠରୁ ଅଣ୍ଟାଏ ପାଣି ଭିତରେ ଚାଲି ଚାଲି ଯାଇ ଆରପଟ ନଦୀକୂଳରେ ପହଞ୍ଚି ବାଲି ଚୋରାଚାଲାଣ ହେଉଥିବା ଘାଟରେ ପହଞ୍ଚିଥିଲେ।

ସେଠାରେ ବିନା ଅନୁମତିରେ ଏକ ଟିପ୍ପର, ଚେନ୍ ଜେସିବି ବେଆଇନ୍ ଭାବେ ବାଲି ଉତ୍ତୋଳନ କରୁଥିବା ଦେଖିବାକୁ ପାଇଥିଲେ। ସମସ୍ତ ଗାଡି ପଡ଼ୋଶୀ ଛତିଶଗଡ଼ର ବୋଲି ଜଣାପଡିଥିଲା। ସେ ସଙ୍ଗେ ସଙ୍ଗେ ନବରଙ୍ଗପୁର ମାଇନିଂ କାର୍ଯ୍ୟାଳୟକୁ ଯୋଗାଯୋଗ କରି ଜଣାଇଥିଲେ। କାର୍ଯ୍ୟାଳୟରୁ ଜୁନିୟର ମାଇନିଂ ଅଧିକାରୀ ନରେନ୍ଦ୍ରକୁମାର ବିଶ୍ବାସ ଉକ୍ତ ସ୍ଥାନରେ ପହଞ୍ଚି ତଥ୍ୟ ସଂଗ୍ରହ ସମୟରେ ସେଠାରେ ବାଲି ଖାଦାନ ଥିବା ଜାଣିପାରିଥିଲେ। ବିଧାୟକଙ୍କ ନିର୍ଦେଶରେ ଜେସିବି ଓ ଟିପ୍ପରକୁ ବଡ଼ଆମ୍ବଡା ଫାଣ୍ଡି ଅଧିକାରୀ ଏଲ.କେ. ପଣ୍ଡା ଜବତ କରିଛନ୍ତି।

- Advertisement -

ସେଠାରୁ ବହୁ ବର୍ଷ ଧରି ବାଲି ଚୋରାଚାଲାଣ ହେଉଥିବା ବିଧାୟକ କହିଛନ୍ତି। ଫଳରେ ନଦୀର ଦିଗ ମଧ୍ୟ ପରିବର୍ତ୍ତନ ହୋଇ ଉର୍ବର ଚାଷ ଜମିକୁ ଖାଇବାକୁ ଲାଗିଲାଣି ବୋଲି ସେ ଅଭିଯୋଗ କରିଛନ୍ତି। ନଦୀରୁ ବହୁ ପରିମାଣରେ ବାଲି ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶକୁ ଚୋରାଚାଲାଣ ହେଉଛି। ବହୁ ଟ୍ରକ୍‌ ଓ ଟିପ୍ପରରେ ଦିନରାତି ବାଲି ଚୋରାଚାଲାଣ ହେଉଥିବା ବେଳେ ପ୍ରଶାସନ ଓ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ରାଜ୍ୟରେ ହେଉଥିବା ବିଭିନ୍ନ ଖଣି ବେଆଇନ୍ ଚୋରାଚାଲାଣ ରୋକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ରହିଛି। କିନ୍ତୁ ନବରଙ୍ଗପୁର ଜିଲାରେ ଖୋଲମଖୋଲା ଚୋରାଚାଲାଣ ହେଉଥିବା ଦେଖି ବିଧାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ନିର୍ଦେଶ ଦେଇଥିଲେ। ସରକାରଙ୍କ ରାଜସ୍ବ କ୍ଷତି ହେଉଥିବା ବେଳେ ଲୋକଙ୍କ ଜୀବନଧାରଣ ଉପରେ ଗଭୀର ପ୍ରଭାବ ପଡୁଛି। ଆଗକୁ ଖଣିଜ ଚୋରାଚାଲାଣ ରୋକିବା ନେଇ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି। ଉକ୍ତ ଘଟଣା ପରେ ବାଲି ମାଫିଆଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories