www.samajalive.in
Saturday, December 6, 2025
16.1 C
Bhubaneswar

ରାକ୍ଷୀ ପୂର୍ଣ୍ଣିମାରେ ଉପହାରରେ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ..

ରାକ୍ଷୀ ପୂର୍ଣ୍ଣିମାର ଖୁବ୍‌ ମହତ୍ତ୍ୱ ରହିଛି । ଶ୍ରାବଣ ମାସର ପୂର୍ଣ୍ଣିମାରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ ।ଏହି ପର୍ବ ଭାଇ ଭଉଣୀଙ୍କ ପ୍ରେମର ପ୍ରତୀକ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଭାଇ ଭଉଣୀର ରକ୍ଷା କରିବାକୁ ସଂକଳ୍ପ କରିବା ସହ କିଛି ଉପହାର ମଧ୍ୟ ଦେଇଥାଏ । ଚଳିତ ବର୍ଷ ୧୯ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା । ତେବେ ଏହି ଦିନ ଭଉଣୀକୁ ଉପହାରରେ କେଉଁ କେଉଁ ଜିନିଷ ଦେବା ଉଚିତ୍‌ ନୁହେଁ..

ଚମଡାରେ ତିଆରି ଜିନିଷ – ବଜାରରେ ଚମଡାରେ ତିଆରି ଅନେକ ସୁନ୍ଦର ସୁନ୍ଦର ଜିନିଷ ରହିଛି । ମାତ୍ର ଏହି ଦିନ ଭଉଣୀଙ୍କୁ ଚମଡାରେ ପ୍ରସ୍ତୁତ କୌଣସି ଜିନିଷ ଉପହାରରେ ଦିଅନ୍ତୁ ନାହିଁ । ଏହା ଶନିଦେବଙ୍କ ସହ ସମ୍ବନ୍ଧିତ ବୋଲି କୁୂହାଯାଏ । ଏହାକୁ ଉପହାର ଦେଲେ ଜୀବନରେ ସମସ୍ୟା ଦେଖାଦେଇଥାଏ।

ଶ୍ରାବଣର ଶେଷ ଶନିବାର; ବାସ୍‌ ଏହି ସରଳ ଉପାୟରେ ମିଳିବ ଶନିଙ୍କ କୃପା..

- Advertisement -

କଳା ରଙ୍ଗର ଜିନିଷ – ଏହି ଦିନ କଳା ରଙ୍ଗର ଜିନିଷ ଉପହାରରେ ଦିଅନ୍ତୁ ନାହିଁ । ଏହାର ନକାରାତ୍ମକ ପ୍ରଭାବ ପଡିଥାଏ । ଭଉଣୀକୁ କଳା ରଙ୍ଗର ପୋଷାକ ମଧ୍ୟ ଉପହାରରେ ଦିଅନ୍ତୁ ନାହିଁ।

ଜୋତା-ଚପଲ – ଜୋତା ଚପଲର ସମ୍ବନ୍ଧ ମଧ୍ୟ ଶନି ଦେବଙ୍କ ସହ ରହିଛି । ତେଣୁ ଭଉଣୀକୁ ଉପହାରରେ କଦାପି ଜୋତାଚପଲ ଦିଅନ୍ତୁ ନାହିଁ । ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ।

ମହଙ୍ଗା ପଡିଲା ରିଲ୍ସ ; ନାଚି ନାଚି ଚାଲିଗଲା ଯୁବକଙ୍କ ଜୀବନ

ଘଣ୍ଟା – ବଜାରରେ ବିଭିନ୍ନ ପ୍ରକାର ଘଣ୍ଟା ସହ ସ୍ମାର୍ଟ ଘଣ୍ଟା ମଧ୍ୟ ଉପଲବ୍ଧ। ଘଣ୍ଟା ମନୁଷ୍ୟର ଭଲ ଓ ଖରାପ ସମୟ ସହ ଜଡିତ । ତେଣୁ ଭୁଲରେ ଘଣ୍ଟା ଉପହାରରେ ଦିଅନ୍ତୁ ନାହିଁ।

ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବେ? ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

ହିନ୍ଦୁ ଧର୍ମରେ ଧାରୁଆ ଜିନିଷକୁ ଉପହାର ଦେବା ଅଶୁଭ ବୋଲି କୁହାଯାଇଛି। ଧାରୁଆ ଜିନିଷ ଉପହାରରେ ଦେବା ଦ୍ୱାରା ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories