ମହଙ୍ଗା ପଡିଲା ରିଲ୍ସ ; ନାଚି ନାଚି ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ନାଗପୁରରେ ରିଲ୍ସ କରିବା ସମୟରେ ଜଣେ ଯୁବକଙ୍କ ସହ ଏପରି କିଛି ହୋଇଛି, ଯାହା ସଭିଁଙ୍କୁ ଭୟଭୀତ କରିବ । ରିଲ୍ସ ସମୟର ସେହି ଛାତି ଥରା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ରିଲ୍ସ କରି ଲୋକପ୍ରିୟ ହେବା ଚିନ୍ତାଧାରାରେ ଅଧିକାଂଶ ସମୟରେ ଲୋକେ ନିଜ ଜୀବନକୁ ବିପଦରେ ପକାଇ ଥାଆନ୍ତି।

ଶ୍ରାବଣର ଶେଷ ଶନିବାର; ବାସ୍‌ ଏହି ସରଳ ଉପାୟରେ ମିଳିବ ଶନିଙ୍କ କୃପା..


ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ, ଯୁବକ ଭାଇରାଲ ହେବା ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିଛନ୍ତି । ମାତ୍ର ପାଣିର ପ୍ରଖର ସ୍ରୋତ କାରଣରୁ ତାଙ୍କ ଗୋଡ ଖସି ଯାଇ ଭାସି ଯାଇ ତାଙ୍କର ମୃତ୍ୟୁ ହୋଇଛି । ଯୁବକ ଜଣକ ଡ୍ୟାମରେ ଝରଣା ଭଳି ପାଣି ପ୍ରବାହିତ ହେଉଥିବା ସ୍ଥାନରେ ନାଚି ନାଚି ରିଲ୍ସ କରୁଥିଲେ । ସେହି ସମୟରେ ପାଣିର ପ୍ରଖର ସ୍ରୋତରେ ଯୁବକ ଜଣକ ପାଦ ଖସି ଯାଇ ସେ ବୁଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବେ? ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

Comments are closed.