ସମାଜ ଡିଜିଟାଲ ଡେସ୍କ: ସ୍ୱଦେଶ ଫେରିଛନ୍ତି ମହିଳା କୁସ୍ତି ଖେଳାଳି ବିନେଶ ଫୋଗତ। ଆଖିରେ ଲୁହ ନେଇ ଦେଶକୁ ଫେରିବା ପରେ ତାଙ୍କ ସ୍ୱାଗତ କରାଯାଇଛି। ପ୍ୟାରିସ ଅଲିମ୍ପିକ୍ସରେ ମାତ୍ର ୧୦୦ଗ୍ରାମ ଓଜନ ଅଧିକ ହେବାରୁ ପଦକ ବିଜେତାରୁ ବଞ୍ଚିତ ହୋଇଥିବା ବିନେଶଙ୍କୁ ନେଇ ଗତ କିଛି ଦିନ ଲଗାତାର ଚର୍ଚ୍ଚା ଲାଗି ରହିଛି। ହେଲେ ଆଜି ବିନେଶ ସକାଳ ୧୦:୩୦ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ଭଳି ବରିଷ୍ଠ ଖେଳାଳି ପହଞ୍ଚିଥିଲେ। ଏହି ସମୟରେ ଭାବବିହ୍ୱଳ ହୋଇଥିଲେ ବିନେଶ। ଦେଶବାସୀ ଏତେ ପରିମାଣରେ ଭଲ ପାଇବା ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ବିନେଶ।
#WATCH | Delhi: Indian wrestler Vinesh Phogat en route to her native village in Charkhi Dadri, Haryana
Congress MP Deepender Hooda, wrestlers Bajrang Punia, Sakshee Malikkh are also present. pic.twitter.com/Pysqyeq788
— ANI (@ANI) August 17, 2024
#WATCH | Indian wrestler Vinesh Phogat says, “I am grateful for this love and respect I have received from my countrymen.” pic.twitter.com/PCdVJHaq8K
— ANI (@ANI) August 17, 2024



