ଦେଓଗାଁ: ଡେ଼ଲିଭରି ବୟ କୁ ବୁଝାଲି ଆକ୍ରମଣ ଘଟଣା। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍। ମିଳିଥିବା ସୂଚନା ଅନୁସାରେ ଦେଓଗାଁ ଥାନା ଅନ୍ତର୍ଗତ ସିକୁଆଁ ମୁରସିଂ ରାସ୍ତା ରେ ଫ୍ଲିଫକାର୍ଡ ଡେଲିଭରି ବୟ ଶ୍ରୀତମ ସୁନା ଯାଉଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ଦେବାକୁ ମନା କରିବାରୁ ଯୁବକମାନେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିଲା। ପରେ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ବାଇକ୍ , ଭୁଜାଲି ଏବଂ ନଗଦ କିଛି ଟଙ୍କା ଜବତ କରିଥିଲା। ଏ ନେଇ ସୂଚନା ଦେଇଛନ୍ତି ଦେଓଗାଁ ଥାନା ଅଧିକାରୀ ।
Popular Categories



