www.samajalive.in
Wednesday, December 10, 2025
26.1 C
Bhubaneswar

ଭିମସାରରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଧାରଣା

ବୁର୍ଲା : କଲିକତା ଆରଜି କର ମେଡିକାଲ କଲେଜ ରେ ଡାକ୍ତରୀ ଛାତ୍ରୀ ଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ପରେ ସାରା ଦେଶରେ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି।  ଆଜି ଭିମସାରରେ ଡାକ୍ତରୀ ଜେଡ଼ିଏ ଛାତ୍ର ସଂଘ ୟୁଜି ଡାକ୍ତର ସଂଘ ପ୍ରତିବାଦ କରି ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ପ୍ରତିକାରାତ୍ମକ ଧାରଣା ଦେବା ସହିତ ଏକ ଶୋଭଯାତ୍ରାରେ ବୁର୍ଲା ସହର ପରିକ୍ରମା କରି ସୁରକ୍ଷା ଏବଂ କାର୍ଯାନୁଷ୍ଠାନ ଦାବି କରିଥିଲେ। ଓମଟା ଏବଂ ସେବିକା ସଂଘ  ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୁକ୍ରବାରଠାରୁ ଏହି ଆନ୍ଦୋଳନ କରାଯାଉଛି। ଛାତ୍ରୀଙ୍କୁ ହତ୍ୟା କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା , ସମ୍ପୃକ୍ତ ମେଡିକାଲ କଲେଜ ର କତ୍ତୃପକ୍ଷ ପଦବୀରୁ ଇସ୍ତଫା ଦେବା ସହିତ ସେମାନଙ୍କୁ ସିବିଆଇ ଜେରାର ସମ୍ମୁଖୀନ କରିବା, ଘଟଣାର ତଦନ୍ତରେ ସ୍ଵଚ୍ଛତା ଅବଲମ୍ବନ କରିବା, ଡାକ୍ତରୀ ଛତ୍ରଛାତ୍ରୀ ଙ୍କୁ ସୁରକ୍ଷା ପ୍ରଦାନ ଏଭଳି ଆଠ ଦଫା ଦାବି ନେଇ ଆଜି ଜେଡିଏ, ୟୁଜି, ପିଜି ଏବଂ ହାଉସ ସର୍ଜନ ଡାକ୍ତର ସଂଘ ର ସମସ୍ତ ଛାତ୍ରଛାତ୍ରୀ ମେଡିକାଲ ପରିସରରେ ଆଉଟଡୋର ଟିକେଟ କାଉଣ୍ଟର ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଜରୁରୀକାଳୀନ ସେବା କ୍ୟାଜୁଆଲଟି, ଆଇସିୟୁ, ଜରୁରୀ ଅସ୍ତ୍ରୋପଚାର, ଲେବର ରୁମ କୁ ବାଦ ଦେଲେ ଓପିଡି, ଆଇପିଡି, ଲ୍ୟାବ, ଏକାଡେମିକ ସେବାରୁ ନିଜକୁ ନିବୃତ୍ତ ରଖିଛନ୍ତି । ଫଳରେ ରୋଗୀ ସେବା ବ୍ତେୟାହତ ହୋଇଥିବା ଦେଖିବାକୁ ମିଳିଛି। ଯଦି ଆଗକୁ ଆନ୍ଦୋଳନ ଅଧିକ ତୀବ୍ରତର ହୁଏ , ତେବେ ରୋଗୀସେବା ବିଶେଷ ମାତ୍ରାରେ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories