www.samajalive.in
Saturday, December 6, 2025
26.1 C
Bhubaneswar

ତହଉର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବ ଆମେରିକା

ସମାଜ ଡିଜିଟାଲ ଡେସ୍କ: ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ପାକିସ୍ତାନୀ-କାନାଡ଼ା ବ୍ୟବସାୟୀ ତହଉର ହୁସେନ ରାଣାକୁ ବଡ଼ ଝଟ୍‌କା ଲାଗିଛି। ଭାରତ ପ୍ରତ୍ୟର୍ପଣ ନ କରିବାକୁ ଆମେରିକାର ଏକ କୋର୍ଟରେ ତହଉର କରିଥିବା ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ରହିଥିବା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ତହଉରକୁ ଭାରତ ପ୍ରତ୍ୟର୍ପଣ କରାଯାଇ ପାରିବ ବୋଲି ଆମେରିକାର ଆପିଲେଟ୍‌ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।

ପୂର୍ବରୁ କାଲିଫର୍ନିଆର ଏକ କୋର୍ଟ ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ରାଣା ଆମେରିକାର ଆପିଲେଟ୍‌ କୋର୍ଟରେ ଆବଦେନ କରିଥିଲା। ଉଚ୍ଚ ଅଦାଲତ ରାଣାର ଆବେଦନକୁ ଖାରଜ କରିଦେବା ସହିତ କାଲିଫର୍ନିଆ କୋର୍ଟଙ୍କ ରାୟ ସମର୍ଥନରେ ନିଜ ରାୟ ଶୁଣାଇଛନ୍ତି।

- Advertisement -

୨୦୦୮  ନଭେମ୍ବର ୨୬ରେ ଆତଙ୍କବାଦୀମାନେ ମୁମ୍ବଇର ତାଜ ହୋଟେଲରେ ଆକ୍ରମଣ କରିବା ସହିତ ବିଦେଶୀ ପ୍ରତିନିଧି ଏବଂ ଯାତ୍ରୀମାନଙ୍କୁ ପଣବନ୍ଦୀ କରିଥିଲେ। ଏହି ଘଟଣାରେ ରହଉର ରାଣାର ସମ୍ପୃକ୍ତି ଥିବା ଭାରତ ପକ୍ଷରୁ ଅଭିଯୋଗ ହୋଇଥିଲା। ପାକିସ୍ତାନୀ ଆମେରିକୀୟ ଲଶ୍କର ଆତଙ୍କବାଦୀ ଡେଭିଡ ହେଡ୍‌ଲୀ ସହିତ ରାଣାର ସମ୍ପର୍କ ଥିଲା।​‌ ହେଡ୍‌ଲୀ ଅନେକ ଆତଙ୍କବାଦୀ ଆକ୍ରମଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା। ୬୩ ବର୍ଷୀୟ ରାଣା ବର୍ତ୍ତମାନ ଲସ୍‌ ଏଞ୍ଜେଲ୍ସର ଏକ ଜେଲରେ ବନ୍ଦୀ ରହିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories