www.samajalive.in
Saturday, December 6, 2025
15.1 C
Bhubaneswar

ବଡ ଖୁଲାସା ; ସିମ୍‌ ବକ୍ସ ଜବତ ଘଟଣା, ଚୀନ ,ପାକିସ୍ତାନକୁ ହେଉଥିଲା କଲ୍‌!

ଭୁବନେଶ୍ୱର : ଭୁବନେଶ୍ୱରରୁ ସିମ୍‌ ବକ୍ସ ଜବତ ଘଟଣାରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଶନିବାର ବଡ ଖୁଲାସା କରିଛନ୍ତି ।ପୁଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶୁକ୍ରବାର ଜବତ ହୋଇଥିବା ଏହି ସିମ୍‌ ବକ୍ସ ଦ୍ୱାରା ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍‌ କରିବାକୁ ବ୍ୟବହୃତ ହେଉଥିଲା । ସାଇବର ଠକେଇ, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ବ୍ୟବହୃତ ହୁଏ । ମାତ୍ର ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗିଛି ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ । ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଆଶାଦ୍ଦୁର ଜମାନ, ସେ ଜଣେ ବାଂଲାଦେଶୀ ନାଗରିକ । ବେଙ୍ଗଲର ରାଜୁ ମଣ୍ଡଳକୁ ଏଜେଣ୍ଟ ଭାବେ ଏଠି ବ୍ୟବହାର କରୁଥିଲା । ଗତ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା ଆଶାଦ୍ଦୁର ଜମାନ । ଭୁବନେଶ୍ୱର ଆସି ରାଜୁ ମଣ୍ଡଳ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା । ୫ଟି ଅପରେସନାଲ ସିମ୍‌ ବକ୍ସ ମିଳିଛି, ସେଥିରୁ ୨୫୫ଟି ସକ୍ରିୟ ରହିଛି । ପ୍ରାୟ ୧ ହଜାର ସିମ୍‌ ମିଳିଛି । ସେଥିରୁ ୫୮ଟି ଅବ୍ୟବହୃତ ସିମ୍‌ । କେଶୁରାରେ ଭଡା ଘର ନେଇ ସିମ୍‌ ବକ୍ସ ରାକେଟ୍‌ ଚଳାଇ ଆସୁଥିଲେ । ଆଶାଦ୍ଦୁର ନିର୍ଦ୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲା ବୋଲି ପୁଲିସ କମିଶନର କହିଛନ୍ତି।

ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବେ? ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

- Advertisement -

ସୂଚନା ଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ସନ୍ଦିଗ୍ଧଙ୍କ ଘରୁ ଶୁକ୍ରବାର ୭ଟି ସିମ୍‌ ବକ୍ସ ଠାବ କରାଯାଇଥିଲା। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଏହି ସିମ୍‌ ବକ୍ସ ଠାବ କରାଯାଇଥିଲା। ସ୍ପେଶାଲ ସ୍କ୍ୱାଡ୍‌ ଓ ଲକ୍ଷ୍ମୀସାଗର ପୁଲିସ ମିଳିତ ଚଢାଉ କରି ସିମ୍‌ ବକ୍ସ ଜବତ କରିଥିଲା।

ମହଙ୍ଗା ପଡିଲା ରିଲ୍ସ ; ନାଚି ନାଚି ଚାଲିଗଲା ଯୁବକଙ୍କ ଜୀବନ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories