www.samajalive.in
Monday, December 8, 2025
27.1 C
Bhubaneswar

ଗାଜାରେ ପୁଣି ଇସ୍ରାଏଲର ଏୟାରଷ୍ଟ୍ରାଇକ, ୧୫ ପାଲେଷ୍ଟାଇନ ନାଗରିକ ମୃତ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରୀୟ ଗାଜାରେ ଲୁଚିଥିବା ହମାସ ଆତଙ୍କବାଦୀଙ୍କ ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ଜାରି ରହିଛି। ଶନିବାର ସକାଳେ ଏହି ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଛି। ଆକାଶମାର୍ଗରୁ ଘନ ଘନ ବୋମାମାଡ଼ କରାଯିବା ଫଳରେ ୧୫ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି। ପାଲେଷ୍ଟାଇନର ସରକାରୀ ଖବର ସରବରାହ ସଂସ୍ଥା ଓ୍ବାଫା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।

ଗତ ଅକ୍ଟୋବର ୭ ତାରିଖରେ ହମାସ ପକ୍ଷରୁ ପ୍ରଥମେ ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ କରାଯାଇଥିଲା। ଇସ୍ରାଏଲରେ ଏକ ପ୍ରାର୍ଥନାସ୍ଥଳରେ ହଜାର ହଜାର ଲୋକ ପ୍ରାର୍ଥନା କରୁଥିବାବେଳେ ହମାସ ୫ ହଜାରରୁ ଊର୍ଦ୍ଧ୍ବ ରକେଟ୍ ମାଡ଼ କରିଥିଲା। ଯାହାଫଳରେ ୧୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣା ପରଠାରୁ କେନ୍ଦ୍ରୀୟ ଗାଜାରେ ଲୁଚି ରହିଥିବା ହମାସ ଆତଙ୍କୀଙ୍କୁ ନିପାତ କରିବା ଲାଗି ଇସ୍ରାଏଲ ପକ୍ଷରୁ ଗତ ୧୦ ମାସ ଧରି ଆକ୍ରମଣ ଜାରି ରହିଛି। ମାତ୍ର ଏଥିରେ ଅନେକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଉଥିବା ଅଭିଯୋଗ ହେଉଛି। ବିଗତ ୧୦ ମାସ ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୪୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories