www.samajalive.in
Saturday, December 6, 2025
14.1 C
Bhubaneswar

କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିବା ପରେ ଶନିବାର କେନ୍ଦ୍ରାପଡାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ର ଗିରଫ ହୋଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ଶୁକ୍ରବାର ଯୋଗାଣ ଅଧିକାରୀଙ୍କ ଘର ସମେତ କଟକ, ଭୁବନେଶ୍ୱର, କେନ୍ଦ୍ରାପଡା ସହ ଏକକାଳୀନ ୫ଟି ସ୍ଥାନରେ  ଚଢାଉ କରାଯାଇଥିଲା। ଚଢାଉ ସମୟରେ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ କାବା ହୋଇଯାଇଥିଲା ।
ପ୍ରଦୀପଙ୍କର ଭୁବନେଶ୍ୱର ଲିଙ୍ଗିପୁରରେ ଏକ ଦୁଇ ମହଲା କୋଠା, କଟକ ମଧୁପାଟଣାରେ ଗୋଟିଏ କୋଠା, ଭୁବନେଶ୍ୱର ଓ କଟକରେ ୨ଟି ପ୍ଲଟ୍‌ ଠାବ କରାଯାଇଥିଲା । ଘରୁ ପ୍ରାୟ ୮୫୦ ଗ୍ରାମ ସୁନା ,୪ଟି ସୁନା ଇଟା, ହୀରା ହାର ଜବତ କରାଯାଇଥିଲା । ୨ କୋଟି ୮୬ ଲକ୍ଷ ୯ ହଜାର ୫୬୯ ଜମା ଟଙ୍କା ରହିଥିଲା । ଏହାସହ ନଗଦ ଟଙ୍କା, ଚାରି ଚକିଆ ଗାଡି ଆଦି ଜବତ କରାଯାଇଥିଲା ।

ମହଙ୍ଗା ପଡିଲା ରିଲ୍ସ ; ନାଚି ନାଚି ଚାଲିଗଲା ଯୁବକଙ୍କ ଜୀବନ


ଏହି ଚଢାଉରେ ୪ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ। କଟକ ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଏହି ଚଢାଉ ହୋଇଥିଲା। କଟକର କଲ୍ୟାଣନଗର ସ୍ଥିତ ଘର, ଭୁବନେଶ୍ୱର ଲିଙ୍ଗିପୁର ସ୍ଥିତ ଦୁଇ ମହଲା କୋଠା, କେନ୍ଦ୍ରାପଡା ସ୍ଥିତ କାର୍ଯ୍ୟାଳୟ ଓ କଟକ ନୂଆପଡା ସ୍ଥିତ ପୈତୃକ ଘର ଏବଂ ସମ୍ପର୍କୀୟଙ୍କ ଘରେ ଭୋର ୪ଟା ସମୟରୁ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories