www.samajalive.in
Monday, December 15, 2025
24.1 C
Bhubaneswar

ଆଦିଲଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ; ମହୀଶୂର ଥାନାରେ ଏତଲା

ମୁମ୍ବାଇ: ରାକ୍ଷୀ ସାୱନ୍ତ ଓ ତାଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ବିବାହ ପରଠାରୁ ହିଁ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଛି। ନିକଟରେ ରାକ୍ଷୀ ଆଦିଲଙ୍କ ବିରୋଧରେ ଠକେଇ ଓ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଆଦିଲଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଇତି ମଧ୍ୟରେ ଆଦିଲଙ୍କ ନାଁରେ ପୁଣି ଏକ ଏତଲା ରୁଜୁ ହୋଇଛି। ଆଦିଲଙ୍କ ବିରୋଧରେ ଜଣେ ଇରାନୀୟ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏନେଇ ମହୀଶୂରର ଭିଭି ପୁରମ ଥାନାରେ ଆଇପିସି ଧାରା ୩୭୬ ଅନୁଯାୟୀ ଆଦିଲ ଦୁରାନୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି।

- Advertisement -

ଇରାନୀୟ ଯୁବତୀ ଦେଇଥିବା ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ସେମାନେ ମହୀଶୂରରେ ଏକତ୍ର ବାସ କରୁଥିବା ବେଳେ ବିବାହ ପ୍ରତିଶ୍ରୁତି ଦେଇ ଆଦିଲ୍‌ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ୫ ମାସ ତଳେ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ କହିବାରୁ ସେ ମନା କରିଦେଇଥିଲେ ଓ କହିଥିଲେ ଯେ, ଅନେକ ଝିଅଙ୍କ ସହିତ ସେ ଏଭଳି ସମ୍ପର୍କରେ ଅଛନ୍ତି। ଏହାପରେ ସେ ଇରାନୀୟ ଯୁବତୀଙ୍କର କେତେକ ଅଶ୍ଳୀଳ ଫଟୋ ପଠାଇ ଧମକ ଦେଇ କୌଣସି ପ୍ରକାର ଅଭିଯୋଗ ଦାଏର ନକରିବାକୁ କହିଥିଲେ। ଅଭିଯୋଗକୁ ଭିତ୍ତି କରି ଆଦିଲ୍‌ଙ୍କ ନାଁରେ ‘ଆଇପିସି’ ଧାରା ୩୭୬, ୪୧୭, ୪୨୦, ୫୦୪ ଏବଂ ୫୦୬ରେ ମାମାଲା ରୁଜୁ କରାଯାଇଛି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories