ଗୋଟିଏ ଦିନରେ ରାଜ୍ୟସଭା ୧୧ଥର ମୁଲତବୀ

0

ନୂଆଦିଲ୍ଲୀ : ବିରୋଧୀ ଦଳଗୁଡିକର ହୋହଲ୍ଲା ଯୋଗୁଁ ବୁଧବାର ରାଜ୍ୟସଭାକୁ ୧୧ଥର ମୁଲତବୀ ଘୋଷଣା କରାଯାଇଛି। ପୂର୍ବାହ୍ଣ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡିକ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିଥିଲେ। ଗୃହକାର୍ଯ୍ୟ ଆରମ୍ଭ ହେବାର ୨୦ ମିନିଟ୍‌ ପରେ ଗୃହକୁ ପ୍ରଥମେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ୨ଟାରେ ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳଗୁଡିକୁ ପୂର୍ବପରି ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା। ଏପରିକି ୨ଟାରୁ ୫ଟା ମଧ୍ୟରେ ଗୃହକୁ ୧୦ଥର ମୁଲତବୀ ଘୋଷଣା କରାଯାଇଥିଲା। ବିରୋଧୀ ଦଳଗୁଡିକର ଏପରି କାର୍ଯ୍ୟକୁ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସମାଲୋଚନା କରିଥିଲେ। ସେ କହିଥିଲେ ଗୃହରେ ବିଶୃଙ୍ଖଳା ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ମାର୍ଚ୍ଚ ୫ରୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସଂସଦରେ କୌଣସି କାର୍ଯ୍ୟ ସମ୍ପାଦନ ହୋଇପାରୁ ନାହିଁ। ବୁଧବାର ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଦୁର୍ନୀତି ନିର୍ବାରଣ (ସଂଶୋଧନ) ବିଧେୟକ ୨୦୧୩କୁ ଗୃହୀତ କରାଯାଇଥିଲା।

Leave A Reply