ଆଉ ପାଦେ ଆଗେଇବ ଭାରତର ପ୍ରତିରକ୍ଷା କ୍ଷେତ୍ର: ରାଜନାଥ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଅଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆମେରିକାର ୱାସିଂଟନ୍‌ ଡିସିରେ ଦୁଇ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ଦ୍ୱିପାକ୍ଷିକ ଆଲୋଚନା କରାଯାଉଛି  । ଚାଲିଥିବା ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜନାଥ ସିଂହ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ନିଜ ଟ୍ୱିଟରରେ କିଛି ଟ୍ବିଟ୍‌ କରିଥିବା ଦେଖିବାକୁ ମିଳିଛି । ସେ ଲେଖିଛନ୍ତି ୱାସିଂଟନ ଡିସିରେ ଦ୍ୱିପାକ୍ଷିକ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଛି । ଏହି ବୈଠକରେ କିଛି ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।  ଆଜିର ଏହି ବୈଠକ ପ୍ରତିରକ୍ଷା ଯୋଗଦାନକୁ ଆହୁରି ମଜଭୁତ କରିବ । ଦୁଇ ଦେଶର ଏହି ଆଲୋଚନା ଦେଶର ସ୍ବାର୍ଥ କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ରକ୍ଷାମନ୍ତ୍ରୀ ରାଜନାଥ ସିଂ ତାଙ୍କ ଟ୍ବିଟରେ ଲେଖିଛନ୍ତି ।

kalyan agarbati

Comments are closed.