www.samajalive.in
Saturday, December 6, 2025
23.1 C
Bhubaneswar

ରାଜକୁମାର ରାଓ : ପ୍ରଥମରୁ ବିଫଳତା ପରେ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ : ‘ସିଟିଲାଇଟ୍‍ସ୍‍’, ‘ଶାଦି ମେଁ ଜରୁର୍‍ ଆନା’ ଓ ‘ନ୍ୟୁଟନ୍‍’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ରାଜକୁମାର ରାଓଙ୍କର ଆଜି ଜନ୍ମଦିନ। ତାଙ୍କ ପ୍ରକୃତ ନାମ ରାଜକୁମାର ଯାଦବ। ସେ ୩୧ ଅଗଷ୍ଟ ୧୯୮୪ରେ ଗୁଡ଼୍‍ଗାଓଁ ର ଅହିରବାଲ ଠାରେ ଜନ୍ମ ହୋଇଥିଲେ। ରାଜକୁମାର ଗୁଡ଼୍‍ଗାଓଁର ବ୍ଲୁ ବେଲ୍ସ ମଡ଼େଲ ସ୍କୁଲ୍‍ରେ ପାଠ ପଢା ଆରମ୍ଭ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ସେ ଦିଲ୍ଲୀ ଆସିଥିଲେ ଓ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଆତ୍ମାରାମ ସନାତନ ଧର୍ମ କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ନିଜ ଅଭିନୟ ବଳରେ ସେ କେବଳ ବଲିଉଡ଼୍‍ରେ ନାଁ କରି ନାହାଁନ୍ତି ବରଂ ସର୍ବଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।
ରାଜକୁମାରଙ୍କୁ ବଲିଉଡ଼୍‍ରେ ପ୍ରଥମ ବ୍ରେକ୍‍ ‘ଲଭ୍‍ ସେକ୍ସ ଔର୍‍ ଧୋଖା’ ଓ ‘ରାଗିନୀ ଏମ୍‍ଏମ୍‍ଏସ୍‍’ ଚଳଚ୍ଚିତ୍ର ମାଧ୍ୟମରେ ମିଳିଥିଲା। ହେଲେ ତାଙ୍କ ପ୍ରତିଭାର ପରିଚୟ ‘କାଇ ପୋ ଚେ’ ଚଳଚ୍ଚିତ୍ରରୁ ମିଳିଥିଲା। ପ୍ରଥମେ ପ୍ରଥମେ ଚଳଚ୍ଚିତ୍ର ଜଗତରେ ତାଙ୍କୁ ସେତେଟା ସଫଳତା ମିଳିପାରି ନଥିଲା। ହେଲେ ପରବର୍ତ୍ତୀ ସମୟରେ ସେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାକୁ ଲାଗିଲେ। ଛୋଟବଡ଼ ଭୂମିକା ମିଶାଇ ୨୦ ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ରାଜକୁମାର ଅଭିନୟ କରିଛନ୍ତି। ସମସ୍ତ ଭୂମିକାରେ ସେ ମନ ପ୍ରାଣ ଦେଇ ଅଭିନୟ କରିଥାଆନ୍ତି।
ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଯେତେବେଳେ ସେ କାମ ଅନୁସନ୍ଧାନରେ ମୁମ୍ବଇ ଆସିଥିଲେ ସେତେବେଳେ ତାଙ୍କୁ ଛୋଟ-ମୋଟ ବିଜ୍ଞାପନ ମିଳିଥିଲା। ତାଙ୍କ କହିବା ଅନୁସାରେ, ‘ମୁଁ ମାସକୁ ପ୍ରାୟ ୧୦,୦୦୦ ଟଙ୍କା କମାଉଥିଲି। ତଥାପି କିଛି ଏପରି ଦିନ ଥିଲା ଯେବେ ମୋ ପାଖରେ କିଛି ନଥାଏ ଓ ମୋତେ ମୋ ସାଙ୍ଗକୁ ଫୋନ୍‍ କରି ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ୁଥିଲା’। ‘ଯେତେବେଳେ ମୁଁ ବଡ଼ ହେବାକୁ ଲାଗିଲି ସେତେବେଳେ ଧିରେଧିରେ ଶାହାରୁଖ୍‍ଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲି। ତାଙ୍କ ପୋଷ୍ଟର୍‍ ଗୁଡ଼ିକୁ ଦେଖୁଥିଲି ଓ ତାଙ୍କ ପରି ହେବାକୁ ଭାବୁଥିଲି’।
ରାଜକୁମାର ପତ୍ରଲେଖାଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ରହିଛନ୍ତି। ଦୁହିଁଙ୍କୁ ‘ସିଟିଲାଇଟ୍‍’ ରେ ଏକସଙ୍ଗେ ଦେଖିବାକୁ ମିଳିଥିଲା।୨୦୧୩ ରେ ମୁକ୍ତିଲାଭ କରିଥିବା ‘ଶାହିଦ୍‍’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories