www.samajalive.in
Monday, December 15, 2025
15.1 C
Bhubaneswar

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ : ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀଙ୍କୁ ମିଳିଲା ୩୦ ଦିନର ପାରୋଲ

ଚେନ୍ନଇ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ୩୦ ଦିନର ପାରୋଲ ପ୍ରଦାନ କରିଛନ୍ତି। ନିଜ ଝିଅର ବିବାହ ପାଇଁ ନଳିନୀ ହାଇକୋର୍ଟରେ ୬ ମାସର ପାରୋଲ ପାଇଁ ଆବେଦନ କରିଥିଲେ।

ମାଡ୍ରାସ ହାଇକୋର୍ଟ ଶୁକ୍ରବାର ନଳିନୀଙ୍କୁ ୬ ମାସକ ବଦଳରେ ମାସେ ପାରୋଲ ଦେଇଛନ୍ତି। ନଳିନୀ ଅପ୍ରେଲରେ ୬ ମାସର ପାରୋଲ ପାଇଁ ଆବେଦନ କରିଥିଲେ। ଏହାକୁ ନେଇ ମାଡ୍ରାସ ହାଇକୋର୍ଟ ତାମିଲନାଡୁ ସରକାରଙ୍କୁ ନୋଟିସ୍‍ ଜାରି କରିଥିଲେ। ନଳିନୀ ନିଜ ଆବେଦନରେ ଝିଅର ବିବାହ ପାଇଁ ୬ ମାସର ସାଧାରଣ ଅବକାଶ ପ୍ରଦାନ ସହ ଆବେଦନ ଉପରେ ବ୍ୟକ୍ତିଗତ ଭାବେ ପକ୍ଷ ରଖିବାର ସୁଯୋଗ ଦେବା ପାଇଁ କହିଥିଲେ।
ପ୍ରକାଶ ଯେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ନଳିନୀ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି। ଏହି ମାମଲାରେ ଆଉ ୬ ଜଣ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories