ସମସ୍ତଙ୍କୁ ସମ୍ମାନ ଦେବାକୁ କହିଥିଲେ ବାପା : ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୨୭ତମ ପୁଣ୍ୟତିଥି ସୋମବାର ଦେଶବ୍ୟାପୀ ପାଳିତ ହୋଇଛି। ଏହି ଅବସରରେ ରାଜୀବଙ୍କ ପୁଅ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ବାପାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଛନ୍ତି। ରାହୁଲ କହିଛନ୍ତି ଯେ ମୋ ବାପା ମତେ ସମସ୍ତଙ୍କୁ ସମ୍ମାନ ଦେବାକୁ ଶିଖାଇଥିଲେ। ଏବେ ବିରୋଧୀମାନେ ବ୍ୟକ୍ତିଗତ ଆକ୍ଷେପ କରି ଘୃଣାର ରାଜନୀତି କରୁଛନ୍ତି ବୋଲି କହି ରାହୁଲ ବିଜେପି ଉପରେ ବର୍ଷିଛନ୍ତି। ୧୯୯୦ ମେ’ ୨୧ରେ ଶ୍ରୀଲଙ୍କାର ଏଲ.ଟି.ଟି.ଇ ନାମକ ସଂସ୍ଥା ରାଜିବ ଗାନ୍ଧିଙ୍କୁ ଚେନ୍ନଇର ଶ୍ରୀପେରୁମବୁଦରରେ ହତ୍ୟା କରିଥିଲେ। ନିଜର ଟୁି୍ୟଟରେ ରାହୁଲ ଗାନ୍ଧି ରାଜୀବ ଗାନ୍ଧିଙ୍କ ଏକ ଫଟୋ ସେୟାର କରିଛନ୍ତି।

Leave A Reply