www.samajalive.in
Monday, December 15, 2025
14.1 C
Bhubaneswar

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ବନ୍ଧନ କମିଟିର କେଭି ମହାବିଦ୍ୟାଳୟ ପରିଦର୍ଶନ

କଣ୍ଟାବାଞ୍ଜି: ମଙ୍ଗଳବାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସହ ବନ୍ଧନ କମିଟି ଦିନ କେଭି ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଉକ୍ତ ଦଳରେ ରାଜେନ୍ଦ୍ର ମହାବିଦ୍ୟାଳୟର କଲେଜ ଡେଭ୍‌ଲପ୍‌ମେଣ୍ଟ କାଉନସିଲ୍‌ର ଅଧ୍ୟକ୍ଷ ଡ.ବିଘ୍ନେଶ ପ୍ରସାଦ ମିଶ୍ର, ଡେପୁଟି ରେଜିଷ୍ଟାର ବିଶ୍ୱଜିତ ବେହେରା ଏବଂ ସେକ୍ସନ୍ ଅଫିସର ଅକ୍ଷୟ କୁମାର ସେଠୀ ପ୍ରମୁଖ ପରିଦର୍ଶନ କରିଥିଲେ । ସେମାନେ କଲେଜର ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ସ୍ନାକୋତ୍ତୋର ଓଡିଆ ଓ ବାଣିଜ୍ୟ ବିଭାଗମାନଙ୍କର ୨୦୨୧-୨୨ ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ସହବନ୍ଧନ ପାଇଁ କଲେଜକୁ କ୍ଷେତ୍ର ପରିଦର୍ଶନରେ ଆସି କଲେଜର ଭିତ୍ତିଭୂମି, ଲାଇବ୍ରେରୀ, ଲାବରେଟୋରୀ, ଶ୍ରେଣୀ କୋଠରୀ ଆଦି ପରିଦର୍ଶନ କରିବା ସହ କଲେଜର ସମସ୍ତ କାଗଜ ପତ୍ର ଯାଞ୍ଚ କରିଥିଲେ।

ଏହା ସହ ଉକ୍ତ ଦଳ ଛାତ୍ରଛାତ୍ରୀ ଏବଂ ସମସ୍ତ କଲେଜର ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। କଲେଜର ପରିବେଶ, ଭିତ୍ତିଭୂମି, ଶୈକ୍ଷିକ ଅବସ୍ଥାର ବିଷଦ ଅନୁଧ୍ୟାଣ କରି ଉକ୍ତ ଦଳ ନିଜର ସନ୍ତୋଷ ବ୍ୟକ୍ତ କରିବା ସହ କେଭି ମହାବିଦ୍ୟାଳୟର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକ ପ୍ରମୁଖ ମହାବିଦ୍ୟାଳୟ ବୋଲି କହିଥିଲେ।

- Advertisement -

ଆଗାମୀ ଦିନରେ ଏହି ମହାବିଦ୍ୟାଳୟର ଭବିଷ୍ୟତ ଆହୁରୀ ଉନ୍ନତ ହେବ ବୋଲି ପ୍ରକାଶ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ପ୍ରାଧ୍ୟାପକ ଦେବେନ୍ଦ୍ର ମେହେର, ଭଗବାନ ପଧାନ, ଲୋହିତାକ୍ଷ ଯୋଷୀ, ନମିତା ମିଶ୍ର, ସବିତା ମହାପାତ୍ର, ପ୍ରଭାସିନି ରାଉତରାଏ, ସଂଜୟ କୁମାର ମିଶ୍ର, ଯଶୋବନ୍ତ ମିଶ୍ର ଏବଂ ସମସ୍ତ କର୍ମଚାରୀ ଉକ୍ତ ପରିଦର୍ଶନ ସମୟରେ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories