www.samajalive.in
Sunday, December 14, 2025
17.1 C
Bhubaneswar

ଚିପ୍ସ ଚୋରା ଚାଲାଣ, ସ୍ବୀକୃତି ପ୍ରାପ୍ତ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ

କାମାକ୍ଷାନଗର: ଢେଙ୍କାନାଳ ମୁଖ୍ୟ ରାସ୍ତାର ଆଲୁଅଝରଣଠାରେ ଗୁଡ଼ିଆକାଟେଣୀ ଅଞ୍ଚଳରୁ ଆସୁଥିବା ଚିପ୍ସ ହାଇୱା ଓ ଟିପରରେ ବୋଝେଇ ପରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସରକାରୀ ସ୍ୱୀକୃତି ପ୍ରାପ୍ତ ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ହିନ୍ଦୋଳ ବ୍ଲକର ଗୁଡ଼ିଆକାଟେଣୀ ଅଂଚଳରୁ ପ୍ରତ୍ୟହ ଚିପ୍ସ ବୋଝେଇ ହାଇୱା ଓ ଟିପର କାମାକ୍ଷାନଗର ଆସୁଛି l ଆସିବା ବାଟରେ ଆଲୁଅଝରଣ ନିକଟରେ ସେଥିରୁ ଡ୍ରାଇଭରମାନେ ନିଜ ଖର୍ଚ୍ଚ ଉଠାଇବା ସକାଶେ ଦଶରୁ କୋଡିଏ ଫୁଟ ଚିପ୍ସ ସ୍ୱଳ୍ପ ମୂଲ୍ୟରେ ବିକ୍ରି କରିଥାନ୍ତି। ଉକ୍ତ ଚିପ୍ସକୁ ସଂପୃକ୍ତ ବ୍ୟବସାୟୀ ବଜ଼ାର ଦର ଠାରୁ କମ ମୂଲ୍ୟରେ ବିକ୍ରି କରିଥାନ୍ତି। ଫଳରେ କାମାକ୍ଷାନଗରର କିଣୁଥିବା ଚିପ୍ସ ଗ୍ରାହକ ମାନେ ଶୋଷଣର ଶିକାର ହେଉଛନ୍ତି। ଏବେ ସରକାରୀ ସ୍ୱୀକୃତି ପ୍ରାପ୍ତ ଚିପ୍ସ ବ୍ୟବସାୟୀଙ୍କ ଚିପ୍ସ ବଜ଼ାରରେ ବିକ୍ରି କରିବା କଷ୍ଟକର ହୋଇପଡୁଛି। ଢେଙ୍କାନାଳ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଚୋରାରେ ଚିପ୍ସ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ନେବା ସକାଶେ ସ୍ୱୀକୃତି ପ୍ରାପ୍ତ ବ୍ୟବସାୟୀ ତଥା ଗ୍ରାହକ ମାନଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories