ବିଜେଡ଼ି ଜନ ସଚେତନତା ପଦଯାତ୍ରା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଘୁନେଶ ପଞ୍ଚାୟତର ବିଭିହ୍ନ ଗ୍ରାମରେ ବିଜେଡ଼ି ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଜେଡ଼ି ବରିଷ୍ଠ ନେତା ଅଜୟ ଦାସ, ଜିଲା ପରିଷଦ ସମା ପରବିନ, ବ୍ଲକ ସଭାପତି ଆର୍ସାଦ ଖାନ, ଜିଲା କାର୍ଯ୍ୟ କାରିଣୀ ସଦସ୍ୟ ବିଶ୍ୱନାଥ ସାହୁ, କେଦାର ପଣ୍ଡା, ଲକ୍ଷ୍ମଣ ପୁଟେଲଙ୍କ ସହିତ ଶତାଧିକ ଗ୍ରାମବାସୀ ପଦଯାତ୍ରା ସାମିଲ ହୋଇଥିଲେ। ନବୀନ ସରକାର ୨୫ବର୍ଷର ଶାସନ କାଳ ମଧ୍ୟରେ ଜନ ହିତକର ଯୋଜନା ସମ୍ପର୍କ ରେ ଜନସାଧାରଣଙ୍କୁ ପଥ ପ୍ରାନ୍ତ ସଭାରେ ବୁଝାଇ ଥିଲେ।

Comments are closed.