www.samajalive.in
Sunday, December 7, 2025
14.1 C
Bhubaneswar

ରାଜସ୍ଥାନରେ ବ୍ୟାପୁଛି ‘ଜିକା’ ଭୂତାଣୁ, ରୋଗୀଙ୍କ ସଂଖ୍ୟା ୫୦କୁ ବୃଦ୍ଧି

ଜୟପୁର : ରାଜସ୍ଥାନ ଜୟପୁର ଜିଲାରେ ‘ଜିକା’ ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢି ୫୦ରେ ପହଞ୍ଚିଛି। ଦିନକୁ ଦିନ ‘ଜିକା’ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ଯେ ଜୟପୁରରେ ଆଉ ୧୮ ଜଣ ଲୋକଙ୍କ ରକ୍ତ ନମୁନାରେ ‘ଜିକା’ ଭୂତାଣୁ ଥିବା ଚିହ୍ନଟ ହୋଇଛି। ଜୟପୁର ଶାସ୍ତ୍ରୀ ନଗରରେ ୧୦ ଜଣ ‘ଜିକା’ ସଂକ୍ରମିତ ରୋଗୀଙ୍କୁ ଚହ୍ନଟ କରାଯାଇଛି। ସେପ୍ଟେମ୍ବର ୨୨ରେ ଜୟପୁରରେ ପ୍ରଥମ ‘ଜିକା’ ସଂକ୍ରମିତ ରୋଗୀ ଚିହ୍ନଟ କରାଯାଇଥିଲା। ଏହାପରଠାରୁ ସଂଖ୍ୟା ବଢି ଚାଲିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ରିପୋର୍ଟ ମଗାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର’ରେ ଏକ କଣ୍ଟ୍ରୋଲ ରୁମ୍‍ ଖୋଲା ଯାଇଛି। ସେଠାରୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଉଲ୍ଲେଖ ଯେ ପୁରୁଷ ଏଡିସ୍‍ ମଶା ଦ୍ୱାରା ଏହି ରୋଗ ବ୍ୟାପିଥାଏ। ପୁରୁଷ ଏଡିସ୍‍ ମଶା କାମୁଡ଼ିଲେ ଚିକୁନଗୁନିଆ ଓ ଡେଙ୍ଗୁ ରୋକ ହୋଇଥାଏ। ଜିକା ଭୂତାଣୁ ସଂକ୍ରମିତ ରୋଗୀଙ୍କଠାରେ ଜ୍ୱର, ତ୍ୱଚାରେ ଲାଲ୍‍ ଦାଗ, ଆଖି କୁଣ୍ଡାଇହେବା, ମାଂସପେଶୀ ଏବଂ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା, ମୁଣ୍ଡବିନ୍ଧା ହେବା ଆଦି ଲକ୍ଷଣ ଦେଖାଯାଏ। ଜିକା ଭୂତାଣୁର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ଔଷଧ ପ୍ରସ୍ତୁୁତ ହୋଇନାହିଁ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories