www.samajalive.in
Sunday, December 7, 2025
26.1 C
Bhubaneswar

ରାଜସ୍ଥାନ ବିଜେପିରୁ ୪ ମନ୍ତ୍ରୀଙ୍କ ସମେତ ୧୧ ନିଲମ୍ବିତ

ଜୟପୁର: ଦଳବିରୋଧୀ କାର୍ଯ୍ୟ ପାଇଁ ରାଜସ୍ଥାନ ବିଜେପି ଶାଖାର ୧୧ ଜଣ ବରିଷ୍ଠ ସଦସ୍ୟଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ନିଲମ୍ବିତ ସଦସ୍ୟଙ୍କ ଭିତରେ ଚଳିତ ମନ୍ତ୍ରୀ ପରିଷଦର ଚାରି ଜଣ ବରିଷ୍ଠ ମନ୍ତ୍ରୀ ଅଛନ୍ତି। ଡିସେମ୍ବର ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମନପସନ୍ଦର ନିର୍ବାଚନ ମଣ୍ଡଳୀ ନ ମିଳିବାରୁ ସେମାନେ ଅସନ୍ତୁଷ୍ଟ ଥିଲେ।
ଆସନ୍ତା ବିଧାନସଭା ନିର୍ବାଚନରେ ସରକାରୀ ବିରୋଧରେ ଜନମତ ଯାଉଥିବା ଅନୁମାନ କରି ବିଜେପି ଟିକେଟ୍‍ ବଣ୍ଟନରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। କେତେକ ପ୍ରଭାବଶାଳୀ ସଦସ୍ୟଙ୍କୁ ଏଥର ଟିକେଟ୍‍ ମିଳି ନଥିବା ବେଳେ କେତେକଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରାଯାଇଥିଲା। ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ସଦସ୍ୟଙ୍କ ମଧ୍ୟରୁ କେତେକ ଦଳ ଛାଡ଼ିଥିବା ବେଳେ କେତେକ ନିଜ ମନ ପସନ୍ଦର ନିର୍ବାଚନ ମଣ୍ଡଳୀରେ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନଙ୍କୁ ନାମାଙ୍କନପତ୍ର ପ୍ରତ୍ୟାହାର କରିବାକୁ ହାଇକମାଣ୍ଡଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ସେଥିରେ ରାଜି ନ ହେବାରୁ ୧୧ଜଣଙ୍କୁ ୬ ବର୍ଷ ପାଇଁ ନିଲମ୍ବନ କରାଯାଇଥିବା ପାର୍ଟି ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ରାଜସ୍ଥାନର ପୁରୁଣା ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବସୁନ୍ଧରା ରାଜେଙ୍କ ବିପକ୍ଷରେ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି। କେବଳ ବିଜେପି ନୁହେଁ କଂଗ୍ରେସରେ ମଧ୍ୟ ୪ ଜଣ ପୂର୍ବତନ ମନ୍ତ୍ରୀଙ୍କ ସମେତ ୪୦ ଜଣ ବରିଷ୍ଠ ନେତା ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories