କର୍ଣ୍ଣାଟକରେ ଗଣତନ୍ତ୍ରର ବିଜୟ ହୋଇଛି: ରଜନୀକାନ୍ତ

0

ଚେନ୍ନାଇ: କର୍ଣ୍ଣାଟକ ରାଜନୀତି ନାଟକ ପ୍ରସଙ୍ଗରେ ମତ ଦେଇଛନ୍ତି ତାମିଲ୍‍ ସୁପରଷ୍ଟାର ରଜନୀକାନ୍ତ। କର୍ଣ୍ଣାଟକରେ ଗଣତନ୍ତ୍ରର ବିଜୟ ହୋଇଛି ବୋଲି ରଜନୀକାନ୍ତ କହିବା ସହିତ ସୁପ୍ରିମକୋର୍ଟଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ୟେଦୁରପ୍ପାଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ରାଜ୍ୟପାଳ ୧୫ ଦିନ ସମୟ ଦେବା ନିଷ୍ପତ୍ତି ଠିକ୍‍ ନଥିଲା। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଦେଇଥିବା ରାୟ ଯୁଗାନ୍ତକାରୀ ଓ ପ୍ରଣମ୍ୟ। କର୍ଣ୍ଣାଟକରେ ଆଗାମୀ ଦିନରେ କ୍ଷମତାସୀନ ଦଳ କାବେରୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ପାଳନ କରିବେ ବୋଲି ରାଜନୀକାନ୍ତ ଆଶା ପ୍ରକାଶ କରିଛନ୍ତି। ରାଜନୀତିରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। କମଲ୍‍ ହାସନ୍‍ଙ୍କ ସହିତ ମେଣ୍ଟ ସମ୍ପର୍କିତ ପ୍ରଶ୍ନକୁ ରଜନୀକାନ୍ତ ଏଡ଼ାଇ ଯାଇଥିଲେ।

Leave A Reply