www.samajalive.in
Monday, December 15, 2025
27.1 C
Bhubaneswar

କରୋନା ପକାଇଲା ପ୍ରଭାବ, ବର୍ଷା ଧୋଇନେଲା ରଜ ମଉଜ

ଭୁବନେଶ୍ୱର: ମୌସୁମୀକୁ ସାଙ୍ଗରେ ନେଇ ଆସିଲା ରଜ । ପହିଲି ରଜରେ ଆରମ୍ଭ ହେଲା ଝିପିଝିପି ବର୍ଷା । ଲଘୁଚାପ ଜନିତ କାରଣରୁ ଆଜି ଦିନ ସାରା ରାଜଧାନୀରେ ଝିପି ଝିପି ବର୍ଷା ଲାଗି ରହିଥିଲା। ଏହାଦ୍ୱାରା ଆଜି ରଜ ମଉଜରେ ଫିକା ପଡ଼ିଯାଇଥିଲା। ସଟ୍‌ଡାଉନ୍‌ ସାଙ୍ଗକୁ କରୋନା କଟକଣାର ବେଶ୍‍ ପ୍ରଭାବ ପଡ଼ିଥିଲା ପହିଲି ରଜ ଉପରେ। କରୋନା ବା କୋଭିଡ-୧୯ ମହାମାରୀ ଚଳିତ ବର୍ଷ ରାଜ୍ୟରେ ରଜ ମାହୋଲକୁ କରି ଦେଇଛି ସଂପୂର୍ଣ୍ଣ ଫିକା। ଯଦିଓ ଅନେକ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ରାଜ୍ୟରେ ରଜ ଅବସରରେ ମୌସୁମୀ ଆସି ରାଜ୍ୟକୁ ଭିଜାଇ ଦେବା ସହ ତମାମ ରାଜ୍ୟରେ ରଜ ପାଗ ଦେଖିବାକୁ ମିଳିଛି ତଥାପି ରଜର ଉଦ୍ଦୀପନା କିନ୍ତୁ ଲୋକଙ୍କ ଭିତରେ ନାହିଁ। କରୋନା ମହାମାରୀ ଜନିତ ଏକ ଅଜଣା ଆତଙ୍କ ରାଜ୍ୟର ଗାଁ ଗଣ୍ଡା ସହର-ବଜାର ସବୁକୁ ଆବୋରି ବସିଛି। ଏଥିରେ ପୁଣି କରୋନା ପ୍ରତିଷେଧକ କାରଣରୁ ପାନ ଚୋବାଇବା ମନା, ଛେପ ପକାଇବା ବି ମନା। ଆଉ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ସଂଘବଦ୍ଧ ହୋଇ ରଜଦୋଳି ଖେଳିବା ଉପରେ ବି ଲାଗିଛି ଅଙ୍କୁଶ। ସେହିପରି ରାଜ୍ୟର ବିଭିନ୍ନ ଜିଲାରେ ରଜପାଳନ ପାଇଁ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରିଛି।ତେଣୁ ରଜ ଆସିଛି ତା’ବାଟରେ, ଚାଲି ବି ଯିବ ତା’ବାଟରେ। କେହି ବି ଉଠେଇ ପାରିବେନି ତିନି ଦିନିଆ ରଜ ମଉଜର ମଜା ବୋଲି ଅନେକ କହିଛନ୍ତି। ଏପରିକି ପିଠାପଣା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା। କରୋନା କଟକଣା ଯୋଗୁ ହୋଟେଲ୍‍, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ୍‍ ସେଣ୍ଟର, ଫିଲ୍ମହଲ, ପାର୍କ ଆଦି ବନ୍ଦ ରହିଥିଲା।। କାଁ ଭାଁ ଲୋକେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା।
ମୌସୁମୀକୁ ସାଙ୍ଗରେ ନେଇ ରଜ ଆସିଲା। ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଦିନ ତମାମ ଲାଗି ରହିଥିବା ବର୍ଷା ରଜ ମଉଜକୁ ଧୋଇଦେଇଥିଲା। ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବସ୍ତିବାସିନ୍ଦାଙ୍କ ଦୁଃଖ ଦୁଇଗୁଣ ବଢ଼ିଯାଇଥିଲା । ଚଳିତ ବର୍ଷ ଧୁମ୍‍ଧାମ୍‍ରେ ରଜ ଉତ୍ସବ ପାଳନ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ସେମାନେ । କିନ୍ତୁ ଲଘୁଚାପ ଜନିତ ବର୍ଷା ଓ କରୋନା କଟକଣା ସେମାନଙ୍କ ଆଶା ନିରାଶାରେ ପରିଣତ ହେଲା । ଟାୟାର ବାନ୍ଧି ତିଆରି କରିଥିବା ରଜ ଦୋଳିରେ ଝୁଲି ପାରିଲେ ନାହିଁ କି ପିଠାପଣା ଖାଇବାରେ ସରସତା ନ ଥିଲା। ଚାରିଆଡ଼େ ବର୍ଷା ହେଉଥିବାରୁ କେହି ବାହାରକୁ ବାହାରି ପାରୁନଥିଲେ। ଆଉ ବର୍ଷା ଯୋଗୁଁ ଓଡ଼ିଆ ଖାସ୍‍ ରଜ ପର୍ବ ଫିକା ପଡ଼ିଯାଇଥିଲା। କେତେକ ସ୍ଥାନରେ କମ୍‌ ବୟସ ଝିଅ ମୁହଁରେ ମାସ୍କ ପିନ୍ଧି ଘରେ ଦଉଡ଼ି ବାନ୍ଧି ଦୋଳି ଖେଳୁଥିବା ଦେଖିବାକୁ ମିଳିଥିଲା। ଅନ୍ୟମାନେ ରଜ ପାନ ଖାଇବା ଓ ତାଳ ଖେଳିବା ଆଦି କରିପାରି ନଥିଲେ।
ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ସେଥିମଧ୍ୟରୁ ରଜ ପର୍ବ ହେଉଛି ଓଡ଼ିଶାର ଏକ ପ୍ରଧାନ ପର୍ବ । ବର୍ଷା ଋତୁର ଆଷାଢ଼ ମାସର ପ୍ରଥମ ଦିନରୁ ରଜ ପର୍ବ ଆରମ୍ଭ ହୁଏ। ଏହି ସମୟରେ ଧରିତ୍ରୀ ରଜସ୍ୱାଳା ହୋଇଥାନ୍ତି। ପ୍ରଥମେ ପହିଲି ରଜ, ଦ୍ୱିତୀୟରେ ରଜ ସଂକ୍ରାନ୍ତି, ତୃତୀୟରେ ଭୁଦାହ ଓ ଚତୁର୍ଥରେ ବାସୁମତି ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ। ବସୁମତି ରଜବତୀ ଥିବାରୁ ତେଣୁ ଏହି ସମୟରେ ଚାଷ କାର୍ଯ୍ୟ ମଧ୍ୟ ବନ୍ଦ କରାଯାଏ। ରଜ ସଜବାଜ ଓ ପହିଲି ରଜରୁ ବର୍ଷା ଲାଗି ରହିଥିବାରୁ ଚାଷୀ ଭାଇମାନେ ବେଶ୍‍ ଖୁସିଥିବା ଦେଖାଯାଇଥିଲା । ଚଳିତ ବର୍ଷ ଭଲ ବର୍ଷା ହେବ ଓ ଅମଳ ମଧ୍ୟ ଭଲ ହେବ ବୋଲି ଅନେକ ପ୍ରକାଶ କରିଥିଲେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories