www.samajalive.in
Saturday, December 6, 2025
26.1 C
Bhubaneswar

ଦୁର୍ଘଟଣାରେ ଚାଲିଗଲା ନବ-ବଧୂଙ୍କ ଜୀବନ, ଗତକାଲି ଗର୍ଭବତୀ ପ୍ରେମିକାଙ୍କ ହାତ ଧରିଥିଲେ ଯୁବକ

ପାଟଣା : ଏକ ଆକସ୍ମିକ ସଡକ ଦୁର୍ଘଟଣା​‌ରେ ଜଣେ ଗର୍ଭବତୀ ନବ-ବଧୂ ପ୍ରାଣ ହରାଇଛିନ୍ତ। ଗତକାଲି ସେ ନିଜ ପ୍ରେମିକଙ୍କୁ ବିବାହ କରିଥିଲେ। ଆଜି ଅପରାହ୍ନରେ ନିଜ ପ୍ରେମିକ ବା ସ୍ବାମୀଙ୍କ ସହ ବାଇକରେ ଶାଶୁ ଘରକୁ ଯାଉଥିବା ବେଳେ ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ଗର୍ଭବତୀ ନବ-ବଧୂଙ୍କ ଜୀବନ ଚାଲି ଯାଇଥିବା ବେଳେ ତାଙ୍କ ସ୍ବାମୀ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, କରଞ୍ଜିଆ ଥାନା ନୂଆଗାଁର ସୁମନ୍ତ ପାତ୍ର ପିପିଳିଆର ଏକ ସାଙ୍ଗ ଘରକୁ ଆସି ରହିବା ସମୟରେ ସେହି ଗ୍ରାମର ପ୍ରତିମା ନାୟକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ଏହା ଶାରୀରିକ ସମ୍ପର୍କର ରୂପ ନେବାରୁ ପ୍ରତିମା ୭ ମାସର ଗର୍ଭବତୀ ମଧ୍ୟ ଥିଲେ। ଗତ ଶୁକ୍ରବାର ସୁମନ୍ତ ପିପିଳିଆ ଗ୍ରାମକୁ ଆସି ପ୍ରତିମାଙ୍କୁ ଭେଟିବା ସମୟରେ ତାଙ୍କୁ ଘର ଲୋକେ ଅଟକ ରଖିବା ସହ ସାହିବାସୀ ମିଳିମିଶି ଗତକାଲି ସୁମନ୍ତ ଓ ପ୍ରତିମାଙ୍କର ବିବାହ କରାଇ ଦେଇଥିଲେ। ଆଜି ମଧ୍ୟାହ୍ନ ଯାଏ ସବୁ ଠିକ୍ ଥିବା ବେଳେ ଅପରାହ୍ନରେ ପିପିଳିଆରୁ ନିଜ ଗ୍ରାମକୁ ବାଇକ ଯୋଗେ ସୁମନ୍ତ ପ୍ରେମିକା ବଧୂକୁ ନେଇ ଯାଉଥିବା ସମୟରେ ପାଟଣା ଥାନା ଦହିବାହାଳି ନିକଟରେ ବାଇକ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ମୁଣ୍ଡ ଫାଟି ପ୍ରତିମା ନାୟକଙ୍କର ମୃତ୍ୟୁ ଘଟିଥିବା ବେଳେ ସୁମନ୍ତ କିନ୍ତୁ ସାମାନ୍ୟ ଆହତ ହୋଇଛନ୍ତି। ପାଟଣା ଅଗ୍ନିଶମ ବିଭାଗ ଉଭୟ ମୃତକ ଓ ଆହତଙ୍କୁ ଉଦ୍ଧାର କରି ପାଟଣା ମେଡିକଲାରେ ଭର୍ତ୍ତି କରିଥିଲେ। ପାଟଣା ଥାନା ସବ ଇନିସପେକ୍ଟର ଅରୁପ କୁମାର ସାମଲ ଡାକ୍ତରଖାନାକୁ ଯାଇ ଘଟଣାର ତଦନ୍ତ କରୁଛନ୍ତି।

- Advertisement -

ଅନ୍ୟପକ୍ଷରେ ଅପବାଦରୁ ରକ୍ଷା ପାଇବା ପାଇଁ ଝିଅ ବାହାଘର ସାରି ଦେଇଥିବା ଦୀନବନ୍ଧୁ ନାୟକଙ୍କ ପରିବାର ଦୁର୍ଘଟଣାରେ ପ୍ରତିମାଙ୍କ ମୃତ୍ୟୁ ଖବର ଶୁଣିବା ପରେ ହତବାକ ହୋଇ ପଡିଛନ୍ତି। ପ୍ରତିମାଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଥିବା ପିପିଳିଆ ବାସୀ ସହଜରେ ବିଶ୍ବାସ କରୁନଥିବା ବେଳେ ପ୍ରତିମାକୁ ମାରି ଦିଆଯାଇ ଦୁର୍ଘଟଣାର ରୂପ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ସୁମନ୍ତ ଜାଣିଜାଣି ଦୁର୍ଘଟଣା ଘଟାଇ ପ୍ରତିମାଙ୍କୁ ମାରି ଦେଇଥିବା ପିପିଳିଆ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories