ପାଟଣା : ପାଟଣା ବ୍ଲକ୍ ମୁଖ୍ୟାଳୟ ସୁଆମଶାସନର ପ୍ରାଚୀନ ସୋମେଶ୍ୱର ମହାଦେବ ମନ୍ଦିର ନିକଟ ତରୁଣ କୁମାର ଦାଶଙ୍କ ଠାକୁର ଘରୁ ରବିବାର ସକାଳୁ ଏକ ନାଗ ସାପ ବାହାରିଛି। ଆଜି ସକାଳୁ ଠାକୁର ଘର କବାଟ ଖୋଲି ତରୁଣ କୁମାର ଠାକୁରଙ୍କ ପୂଜା କରିବାକୁ ବାହାରିଥିବା ବେଳେ ଠାକୁରଙ୍କ ଆସ୍ଥାନ ନିକଟରେ ଏକ ନାଗ ସାପ ଗୁଡାଇହୋଇ ଶୋଇଥିବା ଦେଖିବାକୁ ପାଇଥିଲେ। ଭୟରେ ତରୁଣ ଠାକୁର ଘରୁ ବାହାରକୁ ଚାଲି ଆସିବା ସହ ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ପାଟଣା ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତରୁଣ କୁମାରଙ୍କ ଠାକୁର ଘରୁ ନାଗ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ତାକୁ ନେଇ ମାଧପୂର୍ ଜଙ୍ଗଲରେ ନେଇ ଛାଡିଛନ୍ତି।
Popular Categories



