www.samajalive.in
Tuesday, December 9, 2025
26.1 C
Bhubaneswar

ସିଝୁଛି ଓଡ଼ିଶା – ୨୩ ଓ ୨୪ ତାରିଖରେ ରାଜଧାନୀସହ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର – ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ସମ୍ଭବ ହେଉନାହିଁ । ଘରେ ମଧ୍ୟ କାନ୍ଥ ଚଟାଣ ଠାରୁ ଆରମ୍ଭ କରି ଛାତ ସବୁ ତାତି ଯାଉଛି । ଅସହ୍ୟ ଗରମରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି । ମାତ୍ର ଏହା ଭିତରେ ରାଜ୍ୟର କିଛି ଅଂଶରେ ୨୧ ତାରିଖରେ ବର୍ଷା ସମ୍ଭାବନା ରହିଛି । ଅନ୍ୟ ଅଞ୍ଚଳରେ ଶୁଷ୍କ ବାତବରଣ ଅନୁଭୂତ ହେବ ।

ସ୍କାଏମେଟ୍‌ର ସୂଚନା ଅନୁସାରେ ରାଜସ୍ଥାନର ଥର ମରୁଭୂମି ଏବଂ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଗରମ ଏବଂ ଶୁଷ୍କ ବାୟୁ ଯୋଗୁଁ ରାଜ୍ୟରେ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି ।
୨୦ ଏବଂ୨୧ ତାରିଖରେ ଦକ୍ଷିଣ ଓଡ଼ିଶାର କେତକ ସ୍ଥାନ ସହ ବଲାଙ୍ଗୀର,ମୟୁରଭଞ୍ଜ, ଗଞ୍ଜାମ ଏବଂ ଗଜପତି ସହ କୋରାପୁଟର କେତକ ସ୍ଥାନରେ ଘଡଘଡ଼ି ସହ ବର୍ଷା ହୋଇପାରେ । ୨୨ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ । ଏଥିଯୋଗୁଁ ତାତିରୁ ସମାନ୍ୟ ଆଶ୍ୱସ୍ତି ମିଳିବ । ଏପ୍ରିଲ ୨୩ ଏବଂ ୨୪ ତାରିଖରେ ରାଜ୍ୟର ବିଭିନ୍ନ ଅଂଶରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ।

- Advertisement -

ଚଳିତ ବର୍ଷ ମୌସୁମୀ ବର୍ଷା ପୂର୍ବରୁ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା, ଉପକୂଳ ଓଡ଼ିଶା, ଆନ୍ଧ୍ର ଉପକୂଳ ଏବଂ ତାମିଲନାଡୁ ଉପକୂଳରେ ଏଲ୍‌ ନିନୋ ପ୍ରଭାବରେ ପ୍ରବଳ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି ।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories