କୁଆପଥର ବର୍ଷା ପରେ ଧଳା ଚାଦରରେ ଘୋଡେଇ ହେବାପରି ଦିଶିଲା କେନ୍ଦୁଝର ସହର

0

କେନ୍ଦୁଝର:  ଗତ କିଛି ଦିନ ଧରି ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି । ଗୁଳି ଗୁଳି ଯୋଗୁଁ ସାଧାରଣ ଲୋକ ଅନେକ କଷ୍ଟ ପାଉଛନ୍ତି । ମଝିରେ ମଝିରେ କାଳ ବୈଶାଖୀ ବର୍ଷା ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ଦେଉଛି  ।  ହେଲେ ସୋମବାରରେ କେନ୍ଦୁଝର ସହରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ଦିନର ତାପମାତ୍ର ୩୫ ଡିଗ୍ରୀ ହୋଇଯାଇଥିଲା । ମାତ୍ର ଅପରାହ୍ନରେ ଆକାଶରେ ମେଘ ଘୋଟି ଆସି ବର୍ଷା ହୋଇଥିଲା । ହେଲେ ପାଣି ବଦଳରେ ଆକାଶରୁ ଖସିଥିଲା ଛୋଟ ଛୋଟ ବରଫ ଖଣ୍ଡ । କୁଆ ପଠର ବର୍ଷା ପରେ ସାରା କେନ୍ଦୁଝର ଧଳା ଚାଦରରେ ଘୋଡାଇ ହୋଇ ରହିବା ପରି ଦିଶିଥିଲା ।  ରାସ୍ତା ଘାଟଷ ଘରର ଛାତ, ପଡିଆ ସବୁ ସ୍ଥାନରେ କୁଆ ପଥର ଜମା ହୋଇ ରହିଥିଲା । କୁଆ ପଥର ବର୍ଷା ପରେ ସହରର ତାପମାତ୍ରା କମିଛି ।

Leave A Reply