www.samajalive.in
Tuesday, December 9, 2025
16.1 C
Bhubaneswar

ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ପଶ୍ଚିମବଙ୍ଗରେ ରେଳଷ୍ଟେସନ ପୋଡିଲେ ଆନ୍ଦୋଳନକାରୀ

କୋଲକାତା : ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାରେ ଥିବା ବେଲଡ଼ଙ୍ଗା ରେଳ ଷ୍ଟେସନ କଂପ୍ଲେକ୍ସରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ସେଠାରେ ମୁତୟନ ଥିବା ରେଳ ସୁରକ୍ଷା ବଳ (ଆରପିଏଫ)ର ଯବାନମାନଙ୍କୁ ଉତ୍ୟକ୍ତ ଲୋକେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ସେ ଆହତ ହୋଇଥିବାବେଳେ ରେଳ ଚଳାଚଳ ବ୍ୟାହାତ ହୋଇଛି।

ଅନ୍ୟପକ୍ଷରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ, ତ୍ରିପୁରା ଓ ମେଘାଳୟରେ ହିଂସା ଜାରି ରହିଛି । ଏହି ଆନ୍ଦୋଳନ ଯୋଗୁଁ ଏପର୍ଯ୍ୟନ୍ତ ଆସାମରେ ୩ ଜଣ ବିକ୍ଷୋଭକାରୀ ନିହତ ହୋଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସାମରେ ଅତିରିକ୍ତ ୨୬କଲମ ଯବାନ ମୁତୟନ କରାଯାଇଛି। ଏହି ୨୬କଲମ ଯବାନମାନେ ପୂର୍ବରୁ ମୁତୟନ ଥିବା ସିଏପିଏଫ ଯବାନଙ୍କୁ ସହଯୋଗ କରିବେ। ୨୦ଯବାନଙ୍କୁ ନେଇ ଏକ କଲମ ଯବାନ ହୋଇଥାଏ। ତେବେ ଏହିପରି ଭାବରେ ରାଜ୍ୟରେ ଅତିରିକ୍ତ ୫୨୦ଜଣ ଯବାନ ମୁତୟନ ଅଛନ୍ତି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories