ରେଳବାଇ ଜମିରୁ ଜବର ଦଖଲ ଉଛେଦ ଅଭିଯାନ
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ଏନଏସି ଛକ ନିକଟ ରେଳ ଫାଟକ ନିକଟରେ ରେଳ ଲାଇନକୁ ଲାଗି କରି ବହୁଦିନରୁ ରହିଥିବା ଦୋକାନଘର ଏବଂ ସେଠାରୁ ଲାଇନ କଡ ଅଧିକାଂଶ ଘରର ପଛପଟ ପାଚେରୀକୁ ଗୁରୁବାର ରେଳବାଇ ତରଫରୁ ଜେସିବି ମେସିନ ଲଗାଇ ଭଙ୍ଗା ଯାଇଛି । ପୂର୍ବରୁ ଲେଲାବାଇ ଜମିରେ ରାସ୍ତା ନିର୍ମାଣ ପାଇଁ ମାପଚୁପ କରାଯାଇ, ନିଜ ନିଜର ନିର୍ମାଣାଧିନ ଦୋକାନ ଘର ଭାଙ୍ଗିବା ପାଇଁ ଯାନ୍ତ୍ରିକ ବିଭାଗ ତରଫରୁ ନୋଟିସ ଦିଆଯାଇଥିଲା। ଜବରଦଖଲ ଉଚ୍ଛେଦ ପରେ ଗୁଡ଼ସ ସେଡକୁ ପ୍ରଶାସ୍ଥ ରାସ୍ତା ନିର୍ମାଣ ପାଇଁ ପର୍ଯାୟ କ୍ରମେ, ବେଆଇନ ଭାବରେ ନିର୍ମାଣ କରାଯାଇଥିବା ଦୋକାନ ଗୃହ, ଘର ଉଚ୍ଛେଦ କରାଯିବା ବୋଲି ରେଳ ବିଭାଗ ସୂତ୍ର ଜଣାପଡିଛି । ଏହି ଜବର ଦଖଲ ଉଚ୍ଛେଦ ସମୟରେ ଯାନ୍ତ୍ରିକ ବିଭାଗ ତରଫରୁ ଏଡିଇ ଏନ. ପି. ଜି. ନାଇଡ଼ୁ, ପି ଡବ୍ଲୁ ଆଇ ଆର. କେ. ଶୁକ୍ଲା, ଆଇଓ ଡବ୍ଲୁ ଡି. କେ. କାର୍ଜୀଙ୍କ ସହ ରେଳ କର୍ମଚାରୀ, ରେଳ ସୁରକ୍ଷା ବଳ ସହକାରୀ ନିରୀକ୍ଷକ ଏସ. କେ. ପଟେଲ, ଜି. ଆର. ପି ସହକାରୀ ନିରୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ପଟେଲ, ଟାଉନ ଥାନା ମହିଳା ଏସଆଇ ହୀରା ଖାଲକୋ, ଏଏସଆଇ ପ୍ରେମାନନ୍ଦ ମାଝୀ, ଏଏସଆଇ ପଶାଏତଙ୍କ ପୁଲିସ ଫୋର୍ସ ଜବର ଦଖଲ କାର୍ଯ୍ୟରେ ନିୟୋଜିତ ଥିଲେ।
Comments are closed.